OPGC ପକ୍ଷରୁ ନିଯୁକ୍ତି ସୁଯୋଗ

ପହିଲା ସୁଦ୍ଧା ହାର୍ଡ କପି ପଠାଇବାକୁ ପଡ଼ିବ

ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ (ଓପିଜିସି) ପକ୍ଷରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ସିନିୟର ଜେନେରାଲ ମ୍ୟାନେଜର -ଏଚଆର ଆଣ୍ଡ ଆଇଆର ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଯୋଗ୍ୟ ପ୍ରାର୍ଥୀଙ୍କୁ ଉଚ୍ଚ ବେତନ ସହିତ ଅନେକ ସୁବିଧା ସୁଯୋଗ ପ୍ରଦାନ କରାଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।ପ୍ରାର୍ଥୀ ଗ୍ରାଜୁଏସନ ପାସ କରିବା ସହିତ ଅତିକମରେ ୬୦ ପ୍ରତିଶତ ମାର୍କ ରଖିଥିବେ । ଏଥିସହିତ ପ୍ରାର୍ଥୀଙ୍କର ୨୫ ବର୍ଷରୁ ଅଧିକ ବର୍ଷର ଅଭିଜ୍ଞତା ରହିଥିବ । ପ୍ରାର୍ଥୀ କେନ୍ଦ୍ର / ରାଜ୍ୟ ପିଏସୟୁ / ପ୍ରାଇଭେଟ କମ୍ପାନୀ ଅଧିନରେ ୨୦ ବର୍ଷରୁ ଅଧିକ ବର୍ଷ ଧରି କାର୍ଯ୍ୟ କରିଥିବେ । ଚଳିତ ବର୍ଷ ନଭେମ୍ବର ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବାଧିକ ବୟସ ୫୬ ବର୍ଷ ହୋଇଥିବ । ୨୦୦ରୁ ଅଧିକ କାର୍ଯ୍ୟନିର୍ବାହୀ ରହିଥିବା କେନ୍ଦ୍ର / ରାଜ୍ୟ ପିଏସୟୁର ଏଚଆର ବିଭାଗରେ ଲିଡରଶିପ୍ କ୍ଷେତ୍ରରେ ଅଭିଜ୍ଞତା ଥିବା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦିଆଯିବ ।