ପୁଷ୍ପା ଗୀତକୁ ଇଂରାଜୀରେ ଗାଇଲେ ଏମା ହିଷ୍ଟର୍ସ
ମେଟ୍ରୋ ଟିଭି ଓଡିଶା,୯/୨ : ନିକଟରେ ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଫିଲ୍ମ ପୁଷ୍ପାଙ୍କ କ୍ରେଜ ସାରା ବିଶ୍ବରେ ଚହଳ ପଡିଛି । ଏହି ଫିଲ୍ମ ସହିତ ତା ଗୀତ ଗୁଡିକ ମଧ୍ୟ ସେତେ ହିଟ୍ ହୋଇଛି । ଛୋଟରୁ ବଡ ଯାଏ ସମସ୍ତେ ଗୀତରେ ନାଛିକି ଭିଡିଓ ବନାଉଛନ୍ତି ।
ଯାହା ସୋସିଆଲ ମିଡିଆ ଖୋଲିବା ମାତ୍ରେ ଭିଡିଓରେ ରିଲ୍ କରୁଛନ୍ତି । କିନ୍ତୁ ଏବେ ପୁଷ୍ପାର ଟ୍ରେଣ୍ଡ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ପୁଷ୍ପାଙ୍କ ଗୀତ ଶ୍ରୀବଲ୍ଲୀଙ୍କୁ ବହୁତ ପସନ୍ଦ କରାଯାଉଛି ।
ଆପଣ ନିଶ୍ଚିତ ଭାବରେ ଏହାର ତେଲୁଗୁ, ତାମିଲ ଏବଂ ହିନ୍ଦୀ ଭର୍ସନ ଶୁଣିଥିବେ । ବର୍ତ୍ତମାନ କେହି ଇଂରାଜୀ ଭର୍ସନରେ ଶୁଣିଛନ୍ତି କି । ଡଚ୍ ଗାୟକ ଏମା ହେଷ୍ଟର୍ସ ଗାଇଛନ୍ତି ଏହି ଗୀତକୁ ଇଂରାଜୀ ଭର୍ସନରେ ଗାଇଛନ୍ତି। ସେ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଭିନ୍ନ ଢଙ୍ଗରେ ଏହି ଲୋକପ୍ରିୟ ଗୀତକୁ ଗାଇଛନ୍ତି ।
ଫିଲ୍ମ ପୁଷ୍ପାର ଗୀତ ଶ୍ରୀବଲ୍ଲୀର ଆଉ ଏକ ଭର୍ସନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭର୍ସନଟି ଇଂରାଜୀ ଏବଂ ତେଲୁଗୁ ର ମିକ୍ସ । ଏହାକୁ ଏମା ହିଷ୍ଟର୍ସ ଗାଇଛନ୍ତି। ଏପର୍ଯ୍ୟନ୍ତ ଏହି ଗୀତକୁ ୧ ମିଲିୟନରୁ ଅଧିକ ଦେଖି ସାରିଲେଣି ।