kl Rahul ଝୁକେଗା ନେହିଁ ପୋଷ୍ଟରେ ଟ୍ରୋଲ ହେଲେ ରାହୁଲ
ମେଟ୍ରୋ ଟିଭି ଓଡିଶା,୯/୨ : ଚଳିତବର୍ଷ ଆଇପିଏଲ୍ ସିଜନରେ ନୂଆ ଟିମ୍ ଲକ୍ଷ୍ମୌ ସୁପରଜିଆଣ୍ଟ ସ୍ଥାନ ପାଇଛି । ଆଉ ଏହି ଟିମ୍ ଦାୟିତ୍ୱ ନେବେ କେଏଲ ରାହୁଲ। ଟିମରେ ରାହୁଲଙ୍କ ବ୍ୟତୀତ ଅଷ୍ଟ୍ରେଲିଆ ଅଲରାଉଣ୍ଡର ମାର୍କସ ଷ୍ଟୋନିସ ଏବଂ ରବି ବିଶ୍ନୋଇ ରହିଛନ୍ତି । ଆସନ୍ତା ଶନିବାର ଓ ରବିବାର ହେବାକୁ ଥିବା ନିଲାମୀରେ ନୂଆ ଖେଳାଳିଙ୍କୁ ଟିମ୍ କିଣିବ।
ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଦିନିକିଆ ଖେଳିନଥିଲେ କେଏଲ ରାହୁଲ । ଆଜି ମ୍ୟାଚରେ ଖେଳିବେ। ଏହା ମଧ୍ୟରେ ଫ୍ରାଞ୍ଚାଇଜ୍ ଲକ୍ଷ୍ମୌ ସୁପରଜିଆଣ୍ଟ ରାହୁଲଙ୍କ ସପୋର୍ଟରେ ସୋସିଆଲ ମିଡିଆରେ ‘ପୁଷ୍ପା ଫିଲ୍ମ’ର ଷ୍ଟାଇଲରେ ଅଧିନାୟକଙ୍କ ଫଟୋ ସେୟାର କରି ଲେଖିଛି, ‘କେଏଲ ରାହୁଲ ଝୁକେଗା ନେହିଁ’। ଟିମ୍ ଏପରି ପୋଷ୍ଟ ପରେ ଫ୍ୟାନ୍ସ ଜବରଦସ୍ତ ଟ୍ରୋଲ କରିଛନ୍ତି।
ଫ୍ୟାନ୍ସ ଲେଖିଛନ୍ତି, ‘କେଏଲ ରାହୁଲ ଝୁକେଗା ନେହିଁ’ ତୋ ସ୍ୱିପ ସର୍ଟ କେସେ ମାରେଗା । ଆଉ ଜଣେ ଫ୍ୟାନ ଲେଖିଛନ୍ତି, ‘ଦୁନିଆ ଝୁକତି ହୈ, ବସ୍ ଝୁକାନେ ବାଲା ଚାହିଁହୈ। ପୂର୍ବରୁ ରାହୁଲ ୨ ଥର ଆଇପିଏଲରେ ପଞ୍ଜାବ କିଙ୍ଗସ ଟିମର ଅଧିନାୟକ ରହିଥିଲେ।
କିନ୍ତୁ ଗତ ସିଜିନରେ ପଞ୍ଜାବ କିଙ୍ଗସରେ ତାଙ୍କ ପ୍ରଦର୍ଶନ ନୈରାଶଜନକ ରହିଥିଲା । ସେହିପରି ଇଣ୍ଟରନ୍ୟାସନାଲ ମ୍ୟାଚରେ ମଧ୍ୟ ରାହୁଲଙ୍କ ଅଧିନାୟକ ଭଲ ରହିନଥିଲା। ତାଙ୍କ ଅଧିନାୟକତ୍ୱରେ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ଟିମ୍ ଇଣ୍ଡିଆ ୦-୩ରେ ହାରିଥିଲା।