ଭୁବନେଶ୍ବର: ସରିଛି ରାଜଧାନୀରେ ଭସାଣ ଉତ୍ସବ । ଏନେଇ ରାଜଧାନୀରେ ଲାଗିଥିଲା ଲୋକଙ୍କ ଭିଡ଼ । ପାରମ୍ପରିକ ବାଦ୍ୟଯନ୍ତ୍ର ସାଙ୍ଗକୁ ସାଉଣ୍ଡରେ ନିଆରା ପରିବେଶ ସୃଷ୍ଟି ହୋଇଥିଲା । ମା’ଙ୍କ ପୂଜାପରେ ଭସାଣି ଦେଖିବାକୁ ରାସ୍ତାର ଦୁଇ କଡ଼ରେ ହଜାର ହଜାର ଲୋକ ଠିଆ ହୋଇଥିଲେ । ସାଧାରଣ ଲୋକଙ୍କ ସହ ଭକ୍ତମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଯେଉଁ ରାସ୍ତାରେ ମା’ଙ୍କ ଶୋଭାଯାତ୍ରାର ଆୟୋଜନ ହୋଇଥିଲା , ସେହି ରାସ୍ତାଗୁଡ଼ିକରେ ଲୋକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳୁଥିଲା। ମା’ଙ୍କ ଆଗରେ ପାରଂପରିକ ଓ ନୃତ୍ୟ ଓ ବାଦ୍ୟ ବାଜୁଥିବା ବେଳେ ଲୋକେ ନାଚୁଥିଲେ। ପାରମ୍ପରିକ ବାଦ୍ୟର ଧ୍ବନିରେ ଭୁବନେଶ୍ବର କମ୍ପୁଥିଲା। ମା’ଙ୍କ ଭସାଣ ଯାତ୍ରା ଅପରାହ୍ଣ ୩ଟାରୁ ଆରମ୍ଭ ହୋଇଥିବା ବେଳେ ଏହା ରାତିଯାଏଁ ଚାଲିଥିଲା । ସାରା ସହରର ପୂଜା ମଣ୍ଡପଗୁଡ଼ିକରେ ପାଞ୍ଚଦିନ ଧରି ମା’ଙ୍କୁ ଦର୍ଶନ କରିବାଲାଗି ଭିଡ଼ କରିଥିଲେ ଭକ୍ତ। ଏବର୍ଷର ଗହଳି ପୂର୍ବ ବର୍ଷଗୁଡ଼ିକୁ ଟପି ଯାଇଥିଲା। କେବଳ ଗହଳି ନୁହେଁ, ସାଜସଜ୍ଜା ଓ ଆଡ଼ମ୍ବରରେ ମଧ୍ୟ ଏ ବର୍ଷ ନୂଆ ଉଦାହରଣ ସୃଷ୍ଟି କରିଥିଲା। ଆଜି ମା’ ବିଦାୟ ନେଲେ ବର୍ଷଟିଏ ପରେ ପୁଣି ଭକ୍ତଙ୍କୁ ଦର୍ଶନ ଦେବାର ପ୍ରତିଶ୍ରୁତି ଦେଇ। ଏ ବିଦାୟ ବେଳା ବିଶେଷକରି ଗତ ପ୍ରାୟ ମାସେ ଧରି ଭୋକ ଶୋଷ ଭୁଲି ପୂଜା ଆୟୋଜନରେ ଲାଗି ପଡ଼ିଥିବା ବିଭିନ୍ନ ପୂଜା କମିଟିର ସଦସ୍ୟଙ୍କୁ କେମିତି ଭାବପ୍ରବଣ କରି ଦେଇଥିଲା, ଆଖିରେ ନଦେଖିଲେ ବିଶ୍ବାସ କରିବା କଷ୍ଟ। ରାଜଧାନୀର ୪ଟି ସ୍ଥାନରେ ଭସାଣି ମେଲଣ ସମାରୋହ ଅନୁଷ୍ଟିତ ହୋଇଥିଲା- ସହିଦନଗର, ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର ଓ ପୁରୁଣା ଭୁବନେଶ୍ବର। ଏହି ଚାରିଟି ସ୍ଥାନରେ ଆୟୋଜିତ ମେଲଣରେ ସ୍ଥାନୀୟ ଅଞ୍ଚଳର ପୂଜାମେଢ଼ସବୁ ଏକାଠି ହୋଇଥିଲେ। ତା’ପରେ ଶୋଭାଯାତ୍ରାରେ ଭସାଣି ସ୍ଥଳକୁ ଆଗେଇ ଯାଇଥିଲେ।
Trending
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ