ଆଜି ପୂଜା ମଣ୍ଡପରେ ମାଆଙ୍କ ମହାସପ୍ତମୀ

ଘଟ ସ୍ଥାପନ ସହ ଆରମ୍ଭ ହେବ ପୂଜାର୍ଚ୍ଚନା

ଶାରଦୀୟ ଦୁର୍ଗା ପୂଜା ନିମନ୍ତେ ପ୍ରତ୍ୟେକ ପୂଜା ମଣ୍ଡପ ଚଳଚଞ୍ଚଳ।ମହାମାୟାଙ୍କ ମହାସପ୍ତମୀ ପୂଜା । ମାଆଙ୍କ ଘଟ ସ୍ଥାପନ ସହ ନବପତ୍ରିକା ପ୍ରବେଶ, ଚକ୍ଷୁ ଦାନ, ପ୍ରାଣ ପ୍ରତିଷ୍ଠା କରାଯାଇ ସପ୍ତମୀ ବିହୀତ ପୂଜାର୍ଚ୍ଚନା କରାଯିବ । ମନ୍ତ୍ରଧ୍ୱନିରେ ପ୍ରକଂପିତ ହେବ ପୂଜା ମଣ୍ଡପ । ଗତକାଲି ମହାଷଷ୍ଠୀରେ ପରମ୍ପରା ଅନୁଯାୟୀ ବେଲ ବୃକ୍ଷ ନିକଟରେ ପୂଜା କରାଯାଇ ବିଲ୍ୱବରଣୀ କରାଯାଇଛି। ବିଶ୍ୱାସ ରହିଛି ବେଲବୃକ୍ଷରେ ମା ବାସ କରନ୍ତି।ସେଥିପାଇଁ ଦଶହରା ପୂଜା ପୂର୍ବରୁ ବେଲ ବୃକ୍ଷ ନିକଟରେ ସ୍ୱତନ୍ତ୍ର ରୀତିନୀତିରେ ପ୍ରଥମେ ପୂଜା କରାଯାଇଥାଏ। ମହାଷଷ୍ଠୀରେ ବେଲବୃକ୍ଷରୁ ଆଜ୍ଞାମାଲ ଆଣି ମାଙ୍କୁ ମଣ୍ଡପକୁ ଆମନ୍ତ୍ରଣ କରାଯାଇ କଳ୍ପାରମ୍ଭ, ଅଧିବାସ ସମ୍ପନ ହୋଇଛି । ଦୁର୍ଗାପୂଜା ପାଇଁ ଐତିହ୍ୟ ସହର କଟକରେ ଉତ୍ସବର ପରିବେଶ। ସୁନାଚାନ୍ଦି ମେଢ଼ରେ ଝଟକୁଛନ୍ତି ମାଆ। ସେହିପରି ରାଜଧାନୀ ଭୁବନେଶ୍ୱରରେ ସୁଉଚ୍ଚ ତୋରଣ ସାଙ୍ଗକୁ ଆଖିଝଲସା ସାଜସଜା କରାଯାଇଛି।