ତେଲେଙ୍ଗାନାର ଜଗତିୟାଲ ଜିଲ୍ଲାରେ ରାସ୍ତାକଡ ଭୋଜନାଳୟରେ ଦୋସା ତିଆରି କରିଛନ୍ତି । କଂଗ୍ରେସ ସାଂସଦ ବିଜୟଭେରୀ ଯାତ୍ରା ଅଧୀନରେ କରିମନଗରରୁ ଜଗତିୟାଲ ଗସ୍ତରେ ଥିଲେ । ସେ ରାସ୍ତାରେ ନୁକାପଲ୍ଲୀ ବସ ଷ୍ଟାଣ୍ଡରେ ଅଟକି, ସେଠାରେ ଥିବା ଭୋଜନାଳୟକୁ ଯାଇଥିଲେ ଏବଂ ସେଠାରେ ଦୋସା କରୁଥିବା ବ୍ୟକ୍ତିଙ୍କ ସହ କଥା ହେଲେ ।ରାହୁଲ ଗାନ୍ଧୀ ସେଠାରେ ପହଁଚି ଦୋକାନୀଙ୍କ ଠାରୁ ପ୍ରଥମେ ବୁଝିଲେ କିପରି ଦୋସା ହୁଏ । ପରେ ସେ ନିଜେ ଦୋସା ତିଆରି କଲେ ଏବଂ ତାର ସ୍ୱାଦ ସମସ୍ତଙ୍କୁ ଚଖାଇଲେ । ଏହାରି ମଧ୍ୟରେ ସାଂସଦ ରାହୁଲ ଗାନ୍ଧୀ ଦୋସା ତିଆରି କରୁଥିବା ଲୋକକୁ ତାଙ୍କ ଆୟ ଏବଂ ଆଗକୁ ଆସୁଥିବା ସମସ୍ୟା କଥା ପଚାରିଲେ । ରାହୁଲ ଗାନ୍ଧୀଙ୍କୁ ସେଠାରେ ସାଧାରଣ ଜନତା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।ରାହୁଲ ଗାନ୍ଧୀ ଦୋସା ପ୍ରସ୍ତୁତ କରିସାରିବା ପରେ ରାସ୍ତା କଡରେ ଲୋକମାନଙ୍କ ସହ ବସି ଖାଇଲେ । ରାହୁଲ ଗାନ୍ଧୀ ତିଆରି କରିଥିବା ଦୋସାକୁ ନିଜ ହାତରେ ଲୋକମାନଙ୍କୁ ଖୁଆଇଦେଲେ । ତାଙ୍କର ଏପରି କାର୍ଯ୍ୟକଳାପ ଦେଖି ଲୋକେ ଖୁସି ହୋଇଗଲେ । ଏଥିସହ ସେ ନିଜେ ରାସ୍ତା କଡରେ ବସି ଲୋକମାନଙ୍କ ସହ ଖାଇଲେ ମଧ୍ୟ । ସେଠାରେ ଥିବା କୁନି କୁନି ପିଲାଙ୍କୁ ଚକଲେଟ ବାଣ୍ଟିଛନ୍ତି ।
Trending
- ‘ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର’ ସଚେତନତା ଅଭିଯାନ ଗାନ୍ଧୀନଗରରୁ ଶୁଭାରମ୍ଭ, ଉଦ୍ଘାଟନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
- 7-15 ବର୍ଷ ବୟସର ପିଲାଙ୍କ ପାଇଁ ଆଧାର ବାୟୋମେଟ୍ରିକ୍ ସଂଶୋଧନ ଦେୟ ଛାଡ଼ କଲା ୟୁଆଇଡିଏଆଇ
- 6 ବର୍ଷରେ ପ୍ରାୟ 17 କୋଟି ନିଯୁକ୍ତି ସୃଷ୍ଟି କରିଛି ଭାରତ
- ରାଜ୍ୟର ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କଲେ ରାଜ୍ୟ ସରକାର
- ନକ୍ସଲବାଦୀମାନେ ଏବେ ସେମାନଙ୍କର ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ କରିବାକୁ ପଡିବ – ଅମିତ ଶାହ
- ଚୌଦ୍ବାର ଜେଲ୍ରୁ ଦୁଇ ହାର୍ଡକୋର କଏଦୀ ଫେରାର
- ପେଶାୱରରେ ବୋମା ବିସ୍ପୋରଣ, ୯ ମୃତ
- ଟିକସ ହସ୍ତାନ୍ତର ବାବଦରେ ଓଡିଶାକୁ ଆଗୁଆ ୪୬୦୧ କୋଟି
- ସ୍ୱଦେଶୀ ପ୍ଲାଟଫର୍ମ ଏବଂ ସେବା ବ୍ୟବହାର ଦିଗରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ
- ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ , ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
Next Post