ନିର୍ବାଚନ ଆଉ ମାତ୍ର ୮ମାସ ରହିଥିବାବେଳେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବିଜେପି କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଯୋଜନା କରିଥିବାବେଳେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟ କାହାକୁ ପ୍ରଧାନମନ୍ତ୍ରୀ ଭାବେ ଉପସ୍ଥାପନ କରିବ ତାହା ସ୍ଥିର କରିପାରି ନାହିଁ। ଏପରିସ୍ଥଳରେ କଂଗ୍ରେସର ବରିଷ୍ଠ ନେତା ଶଶୀ ତରୁର କରିଥିବା ପୂର୍ବାନୁମାନ ଆଲୋଚନାର ବିଷୟ ହୋଇଛି। ତରୁର୍ କହିଛନ୍ତି ଯେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କଂଗ୍ରେସ ଦଳରୁ କେହି ନେତା ହେବେ। ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ଯଦି କ୍ଷମତା ଦଖଲ କରେ ତେବେ ରାହୁଲ ଗାନ୍ଧୀ କିମ୍ବା ଅନ୍ୟ କେହି ଏହି ପଦ ମଣ୍ଡନ କରିବାର ସମ୍ଭାବନା ରହିଛି। ତରୁର୍ କହିଛନ୍ତି ବିଭିନ୍ନ ଦୃଷ୍ଟିକୋଣରୁ କଂଗ୍ରେସ ଏକ ପରିବାର ପରିଚାଳିତ ଦଳ ହୋଇଥିବାରୁ ରାହୁଲ କିମ୍ବା ଦଳର ଅନ୍ୟ କେହି ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ଏପରିକି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ରହିଛି। ଖଡଗେ ଯଦି ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ସେ ଦେଶର ପ୍ରଥମ ଦଳିତ ପ୍ରଧାନମନ୍ତ୍ରୀ ହେବେ। ପରିବାର ରାଜନୀତିରୁ ଦୂରେଇ ରହିବାକୁ ରାହୁଲ କହୁଥିବାବେଳେ ତରୁର୍ ଏପରି କହିଛନ୍ତି। ମିଜୋରାମ ଗସ୍ତ କାଳରେ ରାହୁଲ ବିଜେପି ନେତାଙ୍କ ପରିବାର ରାଜନୀତି କଥା କହିଥିଲେ। ଅମିତ ଶାହାଙ୍କ ପୁଅ ଓ ରାଜନାଥ ସିଂହଙ୍କ ପୁଅ କଣ କରୁଛନ୍ତି ବୋଲି ରାହୁଲ ପ୍ରଶ୍ନ କରିଥିଲେ।
Trending
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
- ମଝି ଆକାଶରେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାକୁ ଏୟାର ଇଣ୍ଡିଆ ବିମାନର ଜରୁରୀକାଳନୀ ଅବତରଣ
- ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ
Prev Post
Next Post