ତାମିଲ ସୁପରଷ୍ଟାର ଥାଲାପତି ବିଜୟଙ୍କ ସବୁଠାରୁ ଲୋକପ୍ରିୟ ଚଳଚ୍ଚିତ୍ର ‘ଲିଓ’ ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ପ୍ରଭାତ ଶୋ’ରେ ଏହି ଫିଲ୍ମ ଦର୍ଶକଙ୍କ ଜବରଦସ୍ତ ପ୍ରତିକ୍ରିୟା ପାଇଛି। ମାଇକ୍ରୋବ୍ଲଗିଂ ସାଇଟ୍ X ର ଅନେକ ଉପଭୋକ୍ତା ଲୋକେଶ କାନାଗରାଜଙ୍କ ନିର୍ଦ୍ଦେଶନା ଚଳଚ୍ଚିତ୍ରକୁ ପ୍ରଶଂସା କରିଛନ୍ତି। କିଛି ଲୋକ ଏହାକୁ ପୂର୍ବରୁ ‘ବ୍ଲକବଷ୍ଟର’ ବୋଲି କହୁଥିବାବେଳେ ଅନେକ ଏହାକୁ ବିଜୟଙ୍କ ଶ୍ରେଷ୍ଠ ଚଳଚ୍ଚିତ୍ର ବୋଲି କହିଛନ୍ତି।ଆକ୍ସନ୍-ଥ୍ରୀଲର ଫିଲ୍ମ ‘ଲିଓ’ ଫିଲ୍ମ ଦର୍ଶକମାନଙ୍କୁ ଦିୱାନା କରିଦେଇଛି। ସକାଳ ଶୋ’ରେ ପ୍ରେକ୍ଷାଳୟଗୁଡ଼ିକ ଦର୍ଶକଙ୍କ ଦ୍ୱାରା ପୂର୍ଣ୍ଣ ହୋଇଛି। ଏହା ସହିତ ଲୋକମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଫିଲ୍ମର ସମୀକ୍ଷା ବାଣ୍ଟିବା ଆରମ୍ଭ କରିଛନ୍ତି। ଜଣେ ଉପଭୋକ୍ତା ଫିଲ୍ମର ପ୍ରଥମ ଭାଗ ଦେଖିବା ପରେ ଲେଖିଛନ୍ତି, “ଥାଲାପାତି ବିଜୟଙ୍କ ପ୍ରଦର୍ଶନ ଶିଖରରେ ପହଞ୍ଚିଛି। ପ୍ରତି ଆକ୍ସନ ସିନ୍ ଲୋମହର୍ଷଣକାରୀ ଅଟେ, ଏକ ସରପ୍ରାଇଜ୍ ବ୍ଲକ ଏବଂ ଇଣ୍ଟରଭାଲ ବ୍ଲକ ହାଇଲାଇଟ୍ ଥିଲା, ଅନ୍ୟ ହାପ ମଧ୍ୟ ଏହି ଲେବଲରେ ଯାଉଛି । ତେବେ ଏହା ବ୍ଲକବଷ୍ଟର ହେବାକୁ ଯାଉଛି ।’ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ଲିଓ ଏକ ‘ଉଜ୍ଜ୍ୱଳ’ ଚଳଚ୍ଚିତ୍ର ଏବଂ ଏହାକୁ କୌଣସି ମୂଲ୍ୟରେ ଦେଖିବା ହାତଛଡା କରିବା ଉଚିତ୍ ନୁହେଁ। ଜଣେ ପ୍ରଶଂସକ ଏପରିକି କହିଛନ୍ତି ଯେ, ରଜନୀକାନ୍ତଙ୍କ ନିକଟରେ ମୁକ୍ତିଲାଭ କରିଥିବା ଜେଲର ‘ଲିଓ ତୁଳନାରେ କିଛି ନୁହେଁ’।
Trending
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
Next Post