ସଂଧ୍ୟା ଦଳେଇ ହେଲେ ମିସେସ୍ ଏସିଆ ୱାର୍ଲଡ-୨୦୨୩
ରାୟଗଡାର ଝିଅ ଡ.ସଂଧ୍ୟା ଦଳେଇ ଥାଇଲାଣ୍ଡର ବ୍ୟାଙ୍ଗକକ୍ରେ ଅନୁଷ୍ଠିତ ମିସେସ ଏସିଆ ୱାର୍ଲଡ-୨୦୨୩ ପ୍ରତିଯୋଗିତାରେ ବିଜୟିନୀ ହୋଇଛନ୍ତି। ଏହି କାର୍ଯ୍ୟକ୍ରମକୁ ମୁମ୍ବାଇ ଗ୍ଲୋବାଲ ଇଣ୍ଟରନେସନାଲ ବ୍ୟୁଟି ପେଜିଏଣ୍ଟ ତରଫରୁ ଆୟୋଜନ କରାଯାଇଥିଲା। ଡ.ସଂଧ୍ୟା ଦିଲ୍ଲୀରେ ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ ସାମିଲ ହୋଇ ଭାରତରୁ ୬ ଜଣଙ୍କ ମଧ୍ୟରୁ ଜଣେ ସାମିଲ ହୋଇଥିଲେ। ଗତ ୧୨ ତାରିଖରେ ବ୍ୟାଙ୍ଗକକ୍ ଠାରେ ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ୩୦ଟି ଦେଶରୁ ୬୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।