ଅରୁଣାଚଳ ପ୍ରଦେଶରେ ୭ ଯବାନ ନିଖୋଜ ,ମିଳୁନି ପତ୍ତା
ମେଟ୍ରୋ ଟିଭି ଓଡିଶା,୮/୨ : ମିଳୁନି ନିଖୋଜ ଯବାନଙ୍କ ପତ୍ତା । ଅରୁଣାଚଳ ପ୍ରଦେଶର କାମେଙ୍ଗ ସେକ୍ଚରରେ ପାଟ୍ରୋଲିଂ ସମୟରେ ହିମସ୍ଖଳନରେ ୭ ଭାରତୀୟ ଯବାନ ନିଖୋଜ ହୋଇଯାଇଛନ୍ତି। ଏବେସୁଦ୍ଧା ଯବାନଙ୍କ କୌଣସି ପତ୍ତା ମିଳିପାରି ନାହିଁ । ଏମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଲାଗି ସେନା ଅପରେସନ୍ ଜାରି ରହିଛି।

ଅରୁଣାଚଳର ଏହି ଉଚ୍ଚ ପାର୍ବତ୍ୟ କ୍ଷେତ୍ରରେ ଗତ କିଛି ଦିନ ପ୍ରବଳ ତୁଷାର ପାତ ଜାରି ରହିଛି । ସୀମାବର୍ତ୍ତୀ ଏହି ଇଲାକାରେ ପାଟ୍ରୋଲିଂ କରିବା ବେସ୍ କଠିନ ଅଟେ । ବିଭିନ୍ନ ସମୟରେ ଏପରି ଅଘଟଣ ମଧ୍ୟ ହୋଇଥାଏ । ରବିବାର ବରଫପାତରେ ଭାରତୀୟ ସେନାର ୭ ଜଣ ଯବାନ ନିଖୋଜ ହୋଇଯାଇଛନ୍ତି । ସେମାନଙ୍କର କୌଣସି ପତ୍ତା ମିଳୁନାହିଁ ।
ସୂଚନା ଅନୁଯାୟୀ,କାମେଙ୍ଗ ସେକ୍ଟଟରରେ ଫଶିଥିବା ଯବାନଙ୍କୁ ଉଦ୍ଧାର କରିବା ଲାଗି ସେନାର ସ୍ବତନ୍ତ୍ର ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି । ଖରାପ ପାଗ କାରଣରୁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ତେବେ ଯବାନଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ପ୍ରୟାସ ଜାରି ରହିଛି ।