ହୋଣ୍ଡା ମୋଟରସାଇକେଲ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍ଏମ୍ଏସ୍ଆଇ)ର ନୂତନ ଏଡିସନ ନିକଟରେ ଉନ୍ମୋଚିତ ହୋଇଯାଇଛି। ବିଶେଷ କରି ହୋଣ୍ଡା ହାଇନେସ୍ ସିବି୩୫୦ ଏବଂ ସିବି୩୫୦ଆର୍ଏସ୍ର ନୂତନ ଏଡିସନ୍କୁ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ଉଭୟ ବାଇକ୍କୁ ଯଥାକ୍ରମେ ଲିଗାସି ଏଡିସନ୍ ଓ ନିଉ ହ୍ୟୁ ଏଡିସନ୍ରେ ଉପଲବ୍ଧ କରାଉଛି।
ଏ ସମ୍ପର୍କରେ ହୋଣ୍ଡା ମୋଟରସାଇକେଲ ଆଣ୍ଡ୍ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ, ସଭାପତି ଓ ସିଇଓ ସୁସ୍ତୁମୁ ଓଟାନି କହିଛନ୍ତି, ଉତ୍ସବ ଋତୁ ପୂର୍ବରୁ ନୂଆ ହାଇନେସ୍ ସିବି୩୫୦ ଲିଗାସି ଏଡିସନ୍ ଓ ସିବି୩୫୦ଆର୍ଏସ୍ ନୂଆ ହ୍ୟୁ ଏଡିସନ୍କୁ ଭାରତ ବଜାରରେ ପ୍ରବେଶ (ଉନ୍ମୋଚନ) କରାଇ ଆମେ ବେଶ୍ ଉତ୍ସାହିତ ଅଛୁ। ସେହିଭଳି ହୋଣ୍ଡା ମୋଟରସାଇକେଲ ଆଣ୍ଡ୍ ସ୍କୁଟର ଇଣ୍ଡିଆର ନିର୍ଦ୍ଦେଶକ (ସେଲ୍ସ ଆଣ୍ଡ୍ ମାର୍କେଟିଂ) ଯୋଗେଶ ମାଥୁର କହିଛନ୍ତି, ଉତ୍ସବର ବାସ୍ତବ ଭାବକୁ ଉପସ୍ଥାପନ କରି ହାଇନେସ୍ ସିବି୩୫୦ ଲିଗାସି ଏଡିସନ୍ ଓ ସିବି ୩୫୦ ଆର୍ଏସ୍ ନ୍ୟୁ ହ୍ୟୁ ଏଡିସନ୍ର ଶୁଭାରମ୍ଭ କରି ଆମେ ବହୁତ ଖୁସି ଅଛୁ। ଏହି ସ୍ବତନ୍ତ୍ର ହାଇନେସ୍ ସିବି ୩୫୦ ଓ ସିବି ୩୫୦ ଆର୍ଏସ୍ର ବୁକିଂ ସାରା ଭାରତରେ ଥିବା ବିଗ୍ୱିଙ୍ଗ୍ ଡିଲରଶିପ୍ରେ ଆରମ୍ଭ ହୋଇଛି ଏବଂ ଡେଲିଭରି ଖୁବ୍ଶୀଘ୍ର ଆରମ୍ଭ ହେବ। ବିଶେଷ କରି ଉଭୟ ମୋଟରସାଇକେଲରେ ଉନ୍ନତ ଡିଜିଟାଲ୍ ଆନାଲଗ୍ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର୍, ଆସିଷ୍ଟ୍ ସ୍ଲିପର କ୍ଲଚ୍ ଓ ହୋଣ୍ଡା ସିଲେକ୍ଟେବଲ୍ ଟର୍କ କଣ୍ଟ୍ରୋଲ୍ ଆଦି ରହିଛି।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Prev Post