ଚଳିତ ପାର୍ବଣକୁ ନେଇ ବର୍ତମାନ ଆନ୍ତଃରାଜ୍ୟ ଗ୍ୟାଙ୍ଗ ଅଧିକ ସକ୍ରିୟ ହୋଇଥିବା ବେଳେ ସେମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ରହିବ ସ୍ପେସିଆଲ ସ୍କ୍ୱାର୍ଡ । ଭିଡ଼ ଏବଂ ମଉଜ ସମୟରେ ଲୁଟେରା ଅପରାଧିକ କାର୍ଯ୍ୟକଳାପ ଜାରି ରଖିବେ ଅପରାଧୀ । ଯାହାକୁ ଦୃଷ୍ଟିରେ ରଖି ବର୍ତମାନ ପୋଲିସ ବିଭାଗ ତରଫରୁ ସମସ୍ତ ଥାନାକୁ ଆଲର୍ଟ କରାଯାଇଛି ।ପୂଜା ସମୟରେ ଗ୍ୟାଙ୍ଗ ସ୍କାନରରେ ରହିବ ଗହଳି ସ୍ଥାନ । ଡକାୟତି, ଦାଦାଗିରି, ପକେଟ ମାର୍, ମୋବାଇଲ ଚୋରି, ସୁନା ଚେନ ଝାମ୍ପିବା ସହ ଅସଦାଚରଣ ଭଳି କାଣ୍ଡ ଘଟାଇବା ଲକ୍ଷ୍ୟରେ ରହିବେ ଅପରାଧୀ । ତେବେ ଏହାକୁ ରୋକ ଲଗାଇବା ସହ ସେମାନଙ୍କୁ ଧରି ପାର୍ବଣକୁ କ୍ରାଇମ ଫ୍ରି କରିବାକୁ ପୋଲିସର ପ୍ରଚେଷ୍ଟା ଜାରି ରହିବ । ଯାହାକୁ ନେଇ ପ୍ରସ୍ତୁତ ହୋଇସାରିଲାଣି ପୋଲିସ ବିଭାଗ । ତେବେ ଏହି ଗ୍ୟାଙ୍ଗ ବାବଦରେ ପୁଲିସ ଅବଗତ ଥିବା ବେଳେ ନଜର ରଖିବା ପାଇଁ ପେଣ୍ଡାଲରେ ଅଣ୍ଡର କଭର ଅଫିସର ସାଧା ପୋଷାକରେ ଜଗିବେ। ପୋଲିସର ସ୍ପେଶାଲ ସ୍କ୍ୱାଡ଼, ଟିମ-୬୦ ଓ ପିଓପିଡି ଟିମ ଏବେ ଆକ୍ଟିଭ ମୋଡରେ ରହିଥିବା ଜଣାପଡିଛି । ଲୋକଙ୍କୁ ଭେଟି ପୁଲିସ ତାର ଉପସ୍ଥିତ ଜାହିର କରୁଛି । ଗତ ବର୍ଷ ବିଭିନ୍ନ ପୂଜା ପେଣ୍ଡାଲରେ ଏମିତି କିଛି ଘଟଣା ଘଟିଥିଲା । ସେହି ଗ୍ୟାଙ୍ଗ ମାନଙ୍କୁ କମିଟି ସହାୟତାରେ ପୁଲିସ ଧରିଥିଲା । ସେହି ଫଣ୍ଡାକୁ ନେଇ ପୁଲିସ ରଣନିତୀ କରିଛି ବୋଲି ଡିସିପି କହିଛନ୍ତି ।
Trending
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
Next Post