ଆଜି ହେଉଛି ବିଶ୍ୱ ଦୃଷ୍ଟି ଦିବସ । ଆମ ଶରୀରର ସମସ୍ତ ଅଙ୍ଗ ମଧ୍ୟରୁ ଚକ୍ଷୁ ହେଉଛି ଏକ ସ୍ଵତନ୍ତ୍ର ତଥା ମୂଲ୍ୟବାନ୍ ଅଙ୍ଗ। ଯାହା ଦ୍ୱରା ଆମେ ଏ ସୁନ୍ଦର ଦୁନିଆକୁ ଦେଖିପାରୁଛୁ । ଆଖି ଦ୍ଵାରା ପଢ଼ିବା, ଲେଖିବା, ଦେଖିବାଠାରୁ ଆରମ୍ଭ କରି ଅନେକ କାମ ହୋଇଥାଏ । ଯଦି ଥରେ ଦୃଷ୍ଟିଶକ୍ତି ହରାଇଲେ ମଣିଷ ଅନ୍ଧ ହୋଇଯାଏ ଓ କୌଣସି କାମ କରିପାରେ ନାହିଁ। ତେଣୁ ଆଖିର ଯତ୍ନ ନେବା ସହ ସୁସ୍ଥ ରଖୁବା ପାଇଁ ପ୍ରତ୍ୟେକ ବ୍ୟକ୍ତି ସଚେତନ ହେବା ଜରୁରୀ । ତେବେ ଆଖିର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବର୍ଷ ସାରା ବିଶ୍ୱରେ ଅକ୍ଟୋବର ମାସ ଦ୍ୱିତୀୟ ଗୁରୁବାରକୁ ‘ବିଶ୍ୱ ଦୃଷ୍ଟି ଦିବସ’ ଭାବେ ପାଳନ କରାଯାଉଛି । ପ୍ରତି ବର୍ଷ ଏହା ପାଇଁ ସ୍ଵତନ୍ତ୍ର ଥମ୍ ପ୍ରସ୍ତୁତ ହୋଇଥାଏ । ଏ ବର୍ଷର ଥମ୍ ହେଉଛି ‘ଲଭ୍ ୟୋର୍ ଆଇଜ୍ ଆଟ୍ ୱର୍କ’ ନିଜନିଜ ଆଖୁକୁ ଭଲ ପାଆନ୍ତୁ ଓ ଆଖିର ଯତ୍ନ ନିଅନ୍ତୁ ।କମ୍ପ୍ୟୁଟର ସ୍କ୍ରିନ ଆଗରେ ଅଧିକ ସମୟ କାମ ନ କରି ମଝିରେ ମଝିରେ ବିଶ୍ରାମ ନେବେ ଓ ଆଣ୍ଟିଗ୍ନେୟାର ଚଷମା ପିନ୍ଧିବେ। ନିଜେ ନିଜ ଆଖିକୁ ବିଭିନ୍ନ ପ୍ରକାର କ୍ଷତିକାରକ ଜିନିଷରୁ ଦୂରେଇ ରଖିବା ସହ ନିୟମିତ ଚେକ୍ଅପ୍ କରାନ୍ତୁ । ଆଖିର ନେବାକୁ ହେଲେ ପାଞ୍ଚଟି ଜିନିଷ ଆଖି ଆଗରେ ରଖିବାକୁ ହୋଇଥାଏ। ପ୍ରଥମଟି ହେଉଛି ପ୍ରିଭେନ୍ଶନ୍ ବା’ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ । ଆଖୁକୁ ସୁସ୍ଥ ରଖିବା ପାଇଁ ନିଜ ଜୀବନଶୈଳୀର ପରିବର୍ତ୍ତନ ସହ ଭିଟାମିନ୍ ଏ, ବି ଓ ସି’ଯୁକ୍ତ ଖାଦ୍ୟ ତଥା ଗାଜର, ସବୁଜ ପନିପରିବା ଓ ଫଳ ଖାଇବା ଭଲ । ଏହା ଛଡ଼ା ଧୂମପାନ ଓ ମଦ୍ୟପାନରୁ ଦୂରେଇ ରହିବା ଆବଶ୍ୟକ। ମଧୁମେହ ଓ ଉଚ୍ଚ ରକ୍ତଚାପ ଥିଲେ ଉପଯୁକ୍ତ ଔଷଧ ସେବନ ଓ ଆଖିର ଚେକ୍ଅପ୍ କରିବା ଜରୁରୀ । ସୁରକ୍ଷା ଦୃଷ୍ଟିରୁ ଆଇବ୍ରେନ୍ ବା ଆଖ୍ ଉପରେ ଚାପ ପକାଇବେ ନାହିଁ। ତେଣୁ ସବୁବେଳେ ଆଖିର ଯନ୍ତ୍ର ଓ ଚିକିତ୍ସା ତଥା ନିଜ କର୍ମକ୍ଷେତ୍ରରେ ମଧ୍ୟ କେମିତି ନିୟମିତ ଏହାର ଯନ୍ତ୍ର ନେବେ, ତା’ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ଶିଶୁମାନଙ୍କଠାରୁ ବୟସ୍କମାନଙ୍କ ଯାଏଁ ସମସ୍ତେ ଏଥରେ ଆକ୍ରାନ୍ତ ହୋଇଥାନ୍ତି । ତେଣୁ ଶିଶୁଙ୍କ ଚକ୍ଷୁର ସୁରକ୍ଷା ପାଇଁ ସବୁବେଳେ ସେମାନଙ୍କୁ ସୁଷମ ଖାଦ୍ୟ ଖୁଆଇବା ସହ ବାହାରେ ଖୋଲା ସୂର୍ଯ୍ୟ କିରଣରେ କିଛି ସମୟ ବୁଲାଇବା ଦରକାର । ତେବେ ବିଶେଷ ଭାବରେ ଦୃଷ୍ଟିଦୋଷ, ଧଳା ମୋତିଆ ବା’ କାଟାରାକ୍ଟ , କଳା ମୋତିଆ ବା ଗ୍ଲୁକୋମା, ଡାଏବେଟିକ୍ ରେଟିନୋପାଥି, ଆଖି ଧରା ରୋଗ,କେରାଟାଇଟିସ୍ ବା’ କର୍ଣ୍ଣିଆ ରୋଗ ଇତ୍ୟାଦି ଆଖୁକୁ ଆକ୍ରାନ୍ତ କରିଥାଏ । ସେଥିପାଇଁ ସମସ୍ତେ ନିଜ ନିଜ ଚକ୍ଷୁର ଯତ୍ନ ନେବା ସହ ଏଥିରେ ସାମାନ୍ୟ ସମସ୍ୟା ଦେଖାଦେଲେ ଅବହେଳା ନ କରି ତୁରନ୍ତ ଜଣେ ଚକ୍ଷୁରୋଗ ବିଶେଷଜ୍ଞଙ୍କ ଦ୍ଵାରା ଚିକିତ୍ସା କରାଇବା ଆବଶ୍ୟକ ।
Trending
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
- ସ୍ମାର୍ଟ ସିଟି ଓ ଟ୍ଵିନ୍ ସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
- ନରେନ୍ଦ୍ର ମୋଦୀଙ୍କୁ ଭେଟି ୱାକଫ ସଂଶୋଧନ ଆଇନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଦାଉଦୀ ବୋହରା ସମ୍ପ୍ରଦାୟର ଲୋକମାନେ
- କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Prev Post