ଆଜି ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ରେଖା ୭୦ ବର୍ଷରେ ପାଦ ଦେଇଛନ୍ତି । ତାଙ୍କ ଜନ୍ମ ୧୦ ଅକ୍ଟୋବର ୧୯୫୪ରେ ଚେନ୍ନାଇରେ ହୋଇଥିଲା । ୬୯ ବର୍ଷ ବୟସରେ ମଧ୍ୟ ତାଙ୍କର ସୌନ୍ଦର୍ଯ୍ୟ ସମସ୍ତଙ୍କୁ ପସନ୍ଦ ଆସିଥାଏ । ତାଙ୍କର ଏହି ସୁନ୍ଦରତା ପାଇଁ ଆଜି ମଧ୍ୟ ଅନେକ ଅଭିନେତା ତାଙ୍କୁ ପସନ୍ଦ କରନ୍ତି । ରେଖା ବଲିଉଡର ସବୁ ଇଭେଣ୍ଟ ଏବଂ ପାର୍ଟିରେ ଯୋଗଦାନ କରନ୍ତି । ସେ ଯେତେବେଳେ କ୍ୟାମେରାସାମ୍ନାକୁ ଆସନ୍ତି ଲୋକମାନଙ୍କ ନଜର ତାଙ୍କ ଉପରୁ ଉଠେନାହିଁ । ଦର୍ଶକ ମଧ୍ୟ ତାଙ୍କ ପାଇଁ ପଗଳ । ରେଖା ତାଙ୍କ ଜୀବନରେ ଅନେକ ଉଥାନ ପତନ ଦେଖି ଛନ୍ତି କିନ୍ତୁ ସେ ଏହାର ପ୍ରଭାବ ତାଙ୍କ ସୁନ୍ଦରତା ଉପରେ ପଡିବାକୁ ଦେଇ ନଥିଲେ ।ରେଖାଙ୍କ ନାମ ଫିଲ୍ମରେ ଆସିବା ପୂର୍ବରୁ ଭାନୁରେଖା ଥିଲା । ସେ ଜେମିନି ଗଣେଶ ଏବଂ ଅଭିନେତ୍ରୀ ପୁଷ୍ପଭାଲ୍ଲିଙ୍କ ଝିଅ । ରେଖା ତାଙ୍କର ସ୍କୁଲ ‘ଚର୍ଚ୍ଚ ପାର୍କ କନଭେଣ୍ଟ ସ୍କୁଲରେ ପାଠ ପଢିଥିଲେ । ତାଙ୍କ ପାତା ସାଉଥି ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ସଫଳ ଅଭିନେତା ଥିଲେ । ମା ମଧ୍ୟ ସାଉଥ ଫିଲ୍ମର ନମ୍ବର ୱାନ ଅଭିନେତ୍ରୀ ଥିଲେ । ତେଣୁ ସେଥି ପାଇଁ ରେଖା ମଧ୍ୟ ଜଣେ ସୁପର ଷ୍ଟାର ହେବାକୁ ଚାହୁଁଥିଲେ । ସେ ଅର୍ଥିକ କାରଣ ତାଙ୍କ ପାଠ ପଢାରେ ବାଧକ ସାଜିଥିଲା । ଏହା ପରେ ସେ ୧୬ ବର୍ଷ ବୟସରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ । ରେଖାଙ୍କ ପ୍ରଥମ ଫିଲ୍ମ ତାମିଲର ଥିଲା । ୧୯୬୬ ରେ ରିଲଜ ହୋଇଥିବା ଫିଲ୍ମ ‘ରଙ୍ଗୁଲା ରତ୍ଲାମ’ଥିଲା । ଏହି ଫିଲ୍ମରେ ସେ ଶିଶୁ କଳାକାର ଭାବରେ କାମ କରିଥିଲେ । ଏହା ପରେ ତାଙ୍କୁ କନ୍ନଡ ଫିଲ୍ମରେ ଲିଡ ଆକ୍ଟର ଭାବରେ ସୁଯୋଗ ମିଳିଥିଲା । ଏହି ଫିଲ୍ମ ଥିଲା ‘ଅପରେସନ ଜେକପୋଟ ନଲ୍ଲି ସିଆଇଡି ୯୯୯’,ଏଥିରେ ରେଖାଙ୍କ ସହିତ ସେହି ସମୟର ହିରୋ ରାଜକୁମାର ଅଭିନୟ କରିଥିଲେ । ଏହି ଫିଲ୍ମରେ ରେଖାଙ୍କ ଅଭିନୟକୁ ଲୋକମାନେ ଖୁବ ପସନ୍ଦ କରିଥିଲେ । ଏହା ପରେ ତାଙ୍କୁ ବଲିଉଡ ଫିଲ୍ମରେ କାମ କରିବାର ସୁଯୋଗ ମିଳିଥିଲା । ୧୯୭୦ ରେ ରିଲିଜ ହୋଇଥିବା ଫିଲ୍ମ ‘ସାୱାନ ଭଦନ’ ତାଙ୍କର ଡେବ୍ୟୁ ଫିଲ୍ମ ଥିଲା । ରେଖାଙ୍କ ଫିଲ୍ମ ବକ୍ସ ଅଫିସରେ ହିଟ ହୋଇଥିଲା । ଏହା ପରେ ରେଖା ଷ୍ଟାର ହୋଇଥିଲେ । କିନ୍ତୁ ରେଖାଙ୍କୁ ପ୍ରକୃତ ପରିଚୟ ୧୯୭୬ରେ ରିଲିଜ ହୋଇଥିବା ଫିଲ୍ମ ‘ଦୋ ଅନଜାନେ’ରୁ ମିଳିଥିଲା । ଏଥିରେ ସେ ଅମିତାଭ ବଚ୍ଚଙ୍କ ସାଙ୍ଗରେ ଅଭିନୟ କରିଥିଲେ । ଏହା ପରେ ରେଖା ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ତାଙ୍କ ପରସନାଲ ଲାଇଫ ଯେଉଁ ପରିମାଣର ସଫଳ ସେହି ପରିମାଣର ଦୁଃଖ ମଧ୍ୟ । ରେଖାଙ୍କୁ ଅନେକ ଥର ପ୍ରେମ ହୋଇଥିଲା । କିନ୍ତୁ ଶେଷରେ ତାଙ୍କୁ ଧୋକା ମିଳିଥିଲା ଯାହା ପରେ ଆଜି ସେ ଏକ ହୋଇ ରହିଛନ୍ତି । ତାଙ୍କ ନା ମଧ୍ୟ ଅନେକ କଳାକାରଙ୍କ ସହିତ ଜୋଡି ହୋଇଛି । ଏହା ପରେ ସେ ବିବାହ କରି ସେଟେଲ ହେବାକୁ ଚାହିଁଥିଲେ । ୧୯୯୦ରେ ସେ ବ୍ୟବସାୟୀ ମୁକେଶ ଅଗ୍ରୱାଲଙ୍କ ସହିତ ବିବାହ କରିଥିଲେ । ବିବାହର ୩ ମାସ ପରେ ରେଖା ଜାଣିବାକୁ ପାଇଲେ ମୁକେଶ ମାନସିକ ରୋଗୀ ଯାହା ଫଳରେ ରେଖା ତାଙ୍କ ଠାରୁ ଦୂରେଇ ଯାଇଥିଲେ । ଏହା ପରେ ମୁକେଶ ଫାଶି ଲାଇ ଆତ୍ମ ହତ୍ୟା କରିଥିଲେ । ଏହା ପରେ ମୁକେଶଙ୍କ ପରିବାର ଲୋକ ରେଖାଙ୍କୁ ଦେଷୀ ବୋଲି କହିଥିଲେ । ଏହା ପରେ ରେଖା ଭାଙ୍ଗି ପଡି ନଥିଲେ ସେ ନିଜ କାମରେ ନିଜକୁ ବ୍ୟସ୍ତ ରଖିଥିଲେ ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Next Post