ହୋମି ଭାବା କ୍ୟାନ୍ସର ହସ୍ପିଟାଲ୍ କର୍କଟ ରୋଗୀଙ୍କୁ ବିଶ୍ବସ୍ତରୀୟ ଚିକିତ୍ସା ସେବା ଯୋଗାଇବା
ଜଟଣୀ: ହୋମି ଭାବା କ୍ୟାନ୍ସର ହସ୍ପିଟାଲ୍ କର୍କଟ ରୋଗୀଙ୍କୁ ବିଶ୍ବସ୍ତରୀୟ ଚିକିତ୍ସା ସେବା ଯୋଗାଇବା ସହ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଟଣୀସ୍ଥିତ ଭୁବନେଶ୍ବର ନାଇଜର କ୍ୟାମ୍ପସ୍ରେ ହୋମି ଭାବା କ୍ୟାନ୍ସର ହସ୍ପିଟାଲ୍ ଓ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କରିବା ଅବସରରେ ଏହା କହିଛନ୍ତି। ୨ଶହ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ୍ ୨୦୨୫ ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। ଓଡ଼ିଶା ସହ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଓ ଛତିଶଗଡ଼ର ରୋଗୀମାନେ ମଧ୍ୟ ଏହି ହସ୍ପିଟାଲ୍ ଦ୍ବାରା ଉପକୃତ ହୋଇପାରିବେ। ଏହି ହସ୍ପିଟାଲ୍କୁ ମୋ’ ବସ୍ ଯାତାୟାତ କରିବ ଏବଂ ଏଠାରେ ଅଗ୍ନିଶମ କେନ୍ଦ୍ରର ବ୍ୟବସ୍ଥା କରାଯିବ। ସେହିଭଳି ଏହି ହସ୍ପିଟାଲ୍ରେ ରୋଗୀମାନେ ବିଏସ୍କେୱାଇ କାର୍ଡ ମାଧ୍ୟମରେ ମାଗଣାରେ ଚିକିତ୍ସା ସେବା ପାଇପାରିବେ। ଏଠାରେ ଏକ ଆହାର କେନ୍ଦ୍ର ମଧ୍ୟ ଖୋଲାଯିବ।