ଅଲ୍ ଇଣ୍ଡିଆ ବାର୍’ ପରୀକ୍ଷା ପାଇଁ ବଢ଼ିଲା ତାରିଖ

ଏହି ଦିନ ପଯ୍ୟନ୍ତ କରିପାରିବେ ଆପ୍ଲାଏ

ଅଲ୍ ଇଣ୍ଡିଆ ବାର୍ କାଉନସିଲ୍’ ପରୀକ୍ଷାର ୧୮ ତମ ଅଧିବେଶନର କାର୍ଯ୍ୟସୂଚୀ ପ୍ରକାଶ କରିଛି । କାର୍ଯ୍ୟସୂଚୀ ଅନୁଯାୟୀ, ଏହି ପରୀକ୍ଷା ଅକ୍ଟୋବର ମାସରେ କରାଯିବ । ସରକାରୀ ବିଜ୍ଞପ୍ତି ଅନୁଯାୟୀ, AIBE XVIII ପାଇଁ ପଞ୍ଜୀକରଣର ଶେଷ ତାରିଖ ଅକ୍ଟୋବର ୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅନଲାଇନ୍ ରେଜିଷ୍ଟ୍ରେସନ ପାଇଁ ଦେୟ ଦେବାର ଶେଷ ତାରିଖ ଅକ୍ଟୋବର ୧୦ କୁ ବୃଦ୍ଧି କରାଯାଇଛି । ତେବେ ପଞ୍ଜୀକରଣ ପାଇଁ ଶେଷ ତାରିଖ ଥିଲା ୩୦ ସେପ୍ଟେମ୍ବର ୨୦୨୩ ।

ବାର୍ କାଉନସିଲ୍ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, AIBE ୨୦୨୩ ପରୀକ୍ଷା ଚଳିତ ବର୍ଷ ଅକ୍ଟୋବର ୨୯ ରେ କରାଯିବ । ଏଥିପାଇଁ ପଞ୍ଜୀକରଣ ତାରିଖ ମଧ୍ୟ ଅକ୍ଟୋବର ୯ କୁ ବୃଦ୍ଧି କରାଯାଇଛି । ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ପରୀକ୍ଷାର କିଛି ଦିନ ପୂର୍ବରୁ ପ୍ରକାଶ ପାଇବ । AIBE ୧୮ ତମ ପରୀକ୍ଷା ପାଇଁ ପଞ୍ଜୀକରଣ କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ କୁ ଯାଇ ସମସ୍ତ ସୂଚନା ପାଇପାରିବେ ।

ଇଓଈଋ ୨୦୨୩ ପାଇଁ ରେଜିଷ୍ଟ୍ରେସନ୍ :-

-ଅଲ୍ ଇଣ୍ଡିଆ ବାର୍ ପରୀକ୍ଷା ପାଇଁ ପଞ୍ଜୀକରଣ କରିବାକୁ ପ୍ରଥମେ ଅଫିସିଆଲ୍ ୱେବସାଇଟ୍ allindiabarexamination.comକୁ ଯାଆନ୍ତୁ ।

-ୱେବସାଇଟର ହୋମପେଜରେ Registration link AIBE XVIII ଲିଙ୍କରେ କ୍ଲିକ୍ କରନ୍ତୁ ।

-ପରବର୍ତ୍ତୀ ପେଜରେ ପଞ୍ଜୀକରଣ ଲିଙ୍କକୁ ଯାଆନ୍ତୁ ।

-ଆବଶ୍ୟକ ବିବରଣୀ ସହିତ ଆବେଦନ ଫର୍ମ ପୁରଣ କରନ୍ତୁ ।