ଓଟିପି ସେୟାରିଂ ମାମଲାରେ ଅଭିଯୁକ୍ତଙ୍କୁ ପାକିସ୍ତାନ ଦେଇଛି ୫୦ ଲକ୍ଷରୁ ଅଧିକ ଟଙ୍କା
ଭୁବନେଶ୍ବର: ଭାରତରୁ ଗୁପ୍ତ ତଥ୍ୟ ପାଇବା ପାଇଁ ଅଭିଯୁକ୍ତ ଇକବାଲ ହୁସେନ ଆକାଉଣ୍ଟକୁ ପାକିସ୍ତାନରୁ ଆସିଛି ୫୦ ଲକ୍ଷରୁ ଅଧିକ ଟଙ୍କା । ଖୁବଶୀଘ୍ର ଅଭିଯୁକ୍ତକୁ ରିମାଣ୍ଡରେ ନେବ ସ୍ପେଶାଲ ଟାସ୍କଫୋର୍ସ । ଇକବାଲ ହୁସେନ ଘର ଆସାମରେ ହୋଇଥିବା ବେଳେ ସେ ବେଙ୍ଗାଳୁରୁରେ ରହୁଥିଲା । ପାକିସ୍ତାନ ଇଣ୍ଟେଲିଜେନ୍ସ ଆର୍ମି ଅଫିସର ଅବଦୁଲ ହମିଦ ଖୁରମ ସହ ତାର ଲିଙ୍କ ଥିବା ସନ୍ଦେହ କରାଯାଉଛି । ଗିରଫ ଭୟରେ ପ୍ରତିଦିନ ସିମ୍ ଓ ମୋବାଇଲ ବଦଳାଉଥିଲା ଅଭିଯୁକ୍ତ । ପଠାଣି ଓ ଅଭିଜିତ ସଂଜୟ ଗିରଫ ହେବା ପରେ ଫେରାର ହୋଇଯାଇଥିଲା ଇକବାଲ । ତେବେ ରିମାଣ୍ଡରେ ଆଣିବା ପରେ ଗୁଇନ୍ଦା ତଥ୍ୟ ଲିକ ନେଇ ଏସଟିଏଫ ତଦନ୍ତ କରୁଛି ।