୧୯ତମ ଏସୀୟ କ୍ରୀଡ଼ାର ସପ୍ତମ ଦିନରେ ଭାରତ ଶାନଦାର ପ୍ରଦର୍ଶନ କରିଥିବା ବେଳେ ଆଜି ଅଷ୍ଟମ ଦିନରେ ମଧ୍ୟ ତାହା ବଳବତ୍ତର ରହିଛି । ବିଭିନ୍ନ ବର୍ଗରେ ଭାରତୀୟ କ୍ରୀଡ଼ାବିତମାନେ ଦେଶକୁ ଗୌରବାନ୍ୱିତ କରିଛନ୍ତି । ତେବେ ଏହା ମଧ୍ୟରେ ଭାରତ କିଛି ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିବା ସହ ତା’ର ବିଜୟ ଯାତ୍ରା ଅବ୍ୟାହତ ରଖିଛି ।ତେବେ ଏହା ମଧ୍ୟରେ ଭାରତ ପୁଣି ୩ଟି ପଦକ ଜିତିଛି । ଲଙ୍ଗ ଜମ୍ପରେ ଭାରତ ରୌପ୍ୟ ପଦକ ଜିତିଥିବା ବେଳେ ୧୫୦୦ ମିଟର ପୁରୁଷ ବର୍ଗରେ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛି । ମୁରଲୀ ଶ୍ରୀଶଙ୍କର ଭାରତ ପାଇଁ ଲଙ୍ଗ ଜପରେ ଏହି ସଫଳତା ହାସଲ କରିଥିବା ବେଳେ ସେ ନିଜର ଚତୁର୍ଥ ପ୍ରୟାସରେ ୮.୧୯ ମିଟରର ପୋଡିୟମ ସମାପ୍ତ କରିଥିଲେ ।ହାର୍ମିଲାନ ୧୫୦୦ ମିଟର ମହିଳା ବିଭାଗରେ ରୌପ୍ୟ ପଦକ ଜିତିଥିବା ବେଳେ ୧୫୦୦ ମିଟର ପୁରୁଷ ବିଭାଗରେ ଅଜୟ କୁମାର ଓ ଜିନ୍ସୋନ ଜନସନ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିଛନ୍ତି । ହାର୍ମିଲାସ ରେସିଂକୁ ୪:୧୨:୭୪ ସମୟରେ ସମାପ୍ତ କରିଥିବା ବେଳେ ସରୋଜ ୩:୩୮:୯୪ ଓ ଜନସନ ୩:୩୯:୭୪ ସମୟ ନେଇଥିଲେ । ଏହାଫଳରେ ଚଳିତ ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୪୯ରେ ପହଞ୍ଚିଛି ।
Trending
- ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
- ପିତୃପକ୍ଷ ଆରମ୍ଭ
- ନିର୍ମିତ ରୋପୱେ ଭାଙ୍ଗି 6 ମୃତ
- ଆପଣଙ୍କର ଚାରି ଚକିଆ ଯାନ ଅଛି କି? ଆଉ ସୁଭଦ୍ରା ଟଙ୍କା ମିଳିବନି
Prev Post
Next Post