୧୯ତମ ଏସୀୟ କ୍ରୀଡ଼ାର ସପ୍ତମ ଦିନରେ ଭାରତ ଶାନଦାର ପ୍ରଦର୍ଶନ କରିଥିବା ବେଳେ ଆଜି ଅଷ୍ଟମ ଦିନରେ ମଧ୍ୟ ତାହା ବଳବତ୍ତର ରହିଛି । ବିଭିନ୍ନ ବର୍ଗରେ ଭାରତୀୟ କ୍ରୀଡ଼ାବିତମାନେ ଦେଶକୁ ଗୌରବାନ୍ୱିତ କରିଛନ୍ତି । ତେବେ ଏହା ମଧ୍ୟରେ ଭାରତ କିଛି ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିବା ସହ ତା’ର ବିଜୟ ଯାତ୍ରା ଅବ୍ୟାହତ ରଖିଛି ।ତେବେ ଏହା ମଧ୍ୟରେ ଭାରତ ପୁଣି ୩ଟି ପଦକ ଜିତିଛି । ଲଙ୍ଗ ଜମ୍ପରେ ଭାରତ ରୌପ୍ୟ ପଦକ ଜିତିଥିବା ବେଳେ ୧୫୦୦ ମିଟର ପୁରୁଷ ବର୍ଗରେ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛି । ମୁରଲୀ ଶ୍ରୀଶଙ୍କର ଭାରତ ପାଇଁ ଲଙ୍ଗ ଜପରେ ଏହି ସଫଳତା ହାସଲ କରିଥିବା ବେଳେ ସେ ନିଜର ଚତୁର୍ଥ ପ୍ରୟାସରେ ୮.୧୯ ମିଟରର ପୋଡିୟମ ସମାପ୍ତ କରିଥିଲେ ।ହାର୍ମିଲାନ ୧୫୦୦ ମିଟର ମହିଳା ବିଭାଗରେ ରୌପ୍ୟ ପଦକ ଜିତିଥିବା ବେଳେ ୧୫୦୦ ମିଟର ପୁରୁଷ ବିଭାଗରେ ଅଜୟ କୁମାର ଓ ଜିନ୍ସୋନ ଜନସନ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିଛନ୍ତି । ହାର୍ମିଲାସ ରେସିଂକୁ ୪:୧୨:୭୪ ସମୟରେ ସମାପ୍ତ କରିଥିବା ବେଳେ ସରୋଜ ୩:୩୮:୯୪ ଓ ଜନସନ ୩:୩୯:୭୪ ସମୟ ନେଇଥିଲେ । ଏହାଫଳରେ ଚଳିତ ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୪୯ରେ ପହଞ୍ଚିଛି ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post