ପିତୃ ପକ୍ଷରେ ବିନ୍ଦୁସାଗର କୂଳ ଚଳଚଞ୍ଚଳ
ଆରମ୍ଭ ହୋଇଛି ପିତୃପକ୍ଷ। ଆଶ୍ୱିନ ମାସ କୃଷ୍ଣ ପକ୍ଷ ତଥା ଅପରପକ୍ଷର ଅନ୍ତିମ ଦିନ ଅମାବାସ୍ୟା ଅକ୍ଟୋବର ୧୪ ପର୍ଯ୍ୟନ୍ତ ପିତୃପକ୍ଷ ଲାଗିରହିବ। ବିଶ୍ବାସ ଓ ବିଧି ଅନୁସାରେ ଏହି ପକ୍ଷରେ ଲୋକେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ କରିବା ସହ ପିଣ୍ଡଦାନ କରିବେ। ନିଜର ପିତୃ୍ପୁରୁଷଙ୍କ ସହ ତିନି ପୁରୁଷଙ୍କୁ ପିଣ୍ଡଦାନ କରାଯିବ। ତେଣୁ ଏକାମ୍ର କ୍ଷେତ୍ରର ପବିତ୍ର ପୁଷ୍କରିଣୀ ବିନ୍ଦୁସାଗର କୂଳ ଚଳଚଞ୍ଚଳ ହୋଇଉଠିଛି। ସେହିଭଳି ସାମନ୍ତରାପୁରସ୍ଥିତ ସୂକ୍ଷ୍ମେଶ୍ବର ମନ୍ଦିର ନିକଟ ଗୟାକୁଣ୍ଡ ମଧ୍ୟ ଚଳଚଞ୍ଚଳ ହୋଇଉଠୁଛି। ବିନ୍ଦୁସାଗର ଘାଟ କୂଳରେ କ୍ଷେତ୍ରବାସୀ ବ୍ରାହ୍ମଣମାନଙ୍କ ପକ୍ଷରୁ ପିତୃ ଶ୍ରାଦ୍ଧ ପାଇଁ ସମସ୍ତ ସହଯୋଗ କରାଯାଉଛି। ବିନ୍ଦୁସାଗର ଉତ୍ତରେଶ୍ୱର ଘାଟଠାରୁ ପୂର୍ବ ଘାଟ ପର୍ଯ୍ୟନ୍ତ ବହୁ ବ୍ରାହ୍ମଣ ପିଣ୍ଡଦାନ ପାଇଁ ପୂଜା କରିବେ। ସେହିଭଳି ସେଠାରେ ପିଣ୍ଡଦାନ ପୂଜା ଉପକରଣ ମଧ୍ୟ ବିକ୍ରି କରାଯାଉଛି।