ଆଜି ପବିତ୍ର ଭାଗବତ ଜନ୍ମ । ଏହି ଦିନକୁ ପ୍ରତି ଗାଁ ଗାଁରେ ପାଳନ କରାଯାଉଛି । ଭାଦ୍ରବ ମାସ ପୂର୍ଣ୍ଣିମା ତିଥିରେ ଭାଗବତ ଜନ୍ମଦିନ ରୂପେ ପାଳନ କରାଯାଉଛି । ଏହି ଦିନ ଜଗନ୍ନାଥ ଦାସ ଭାଗବତ ଲେଖିବା ଆରମ୍ଭ କରିଥିବା କଥାରେ ଅଛି । ଗାଁ ଗାଁରେ ରହିଥିବା ଭାଗବତ ଟୁଙ୍ଗିରେ ଆଜି ପୂଜା ହେବା ସହ ଭୋଜି ହେବାର ପରମ୍ପରା ରହିଛି । ପ୍ରତି ସନ୍ଧ୍ୟାରେ ଏହି ଟୁଙ୍ଗୀରେ ଭାଗବତ ପାଠ ହେଉଛି । ଓଡ଼ିଆ ଜାତିର ସଂସ୍କୃତିରେ ଭାଦ୍ରପୂର୍ଣ୍ଣିମାର ଗୁରୁତ୍ବ ରହିଛି । ଏହି ତିଥିରେ ଭାଗବତ ଆରମ୍ଭ ହୋଇଥିବାରୁ ଏହି ତିଥି ଟି ଭାଗବତ ଜନ୍ମ ରୂପେ ପାଳିତ ହୋଇଆସୁଛି । ସନକାଦି ଋଷିମାନଙ୍କ ର ପରାମର୍ଶ ଥିଲା ଯେ ଶ୍ରୀମଦ୍ ଭାଗବତ ମହାପୁରାଣ ଶ୍ରବଣ କଲେ ମୋକ୍ଷ ପ୍ରାପ୍ତି ହେବ । ପାପ ଦୂର ହେବ । ଭାଗବତ ଶ୍ରବଣମାତ୍ରକେ ଆତ୍ମା ଶାନ୍ତି ପାଇବ । ଭାଗବତ ଶ୍ରବଣର ମହତ୍ତ୍ୱ ବିଷୟରେ ଏହିପରି ଅନେକ କାହାଣୀ ରହିଛି । ଭକ୍ତମାନଙ୍କ ପାଇଁ ଭଗବାନଙ୍କ କଣ୍ଠରୁ ଓମ୍ କାର ରୂପକ ତିନି ଅକ୍ଷର ସୃଷ୍ଟି ହେଲା ଓ ଏହା ଅନନ୍ତଙ୍କୁ ଅର୍ପିତ ହେଲା । ଅନନ୍ତ ଚବିଶ ଅକ୍ଷର ବିଶିଷ୍ଟ ଗାୟତ୍ରୀ ମନ୍ତ୍ର ସୃଷ୍ଟି କରି ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ ସମର୍ପଣ କଲେ । ବ୍ରହ୍ମା ଚାରିଗୋଟି ଶ୍ଳୋକରେ ନାରାୟଣ ଋଷିଙ୍କୁ ପ୍ରଦାନ କଲେ ।ଋଷି ଦଶଗୋଟି ଶ୍ଳୋକରେ ମହର୍ଷି ନାରଦ ଙ୍କୁ, ନାରଦ ଶହେ ଶ୍ଳୋକରେ ବ୍ୟାସଦେବଙ୍କୁ, ବ୍ୟାସ ଅଠର ହଜାର ଶ୍ଳୋକରେ ଶୁକମୁନିଙ୍କୁ ଅର୍ପଣ କରିଥିଲେ। ଶୁକମୁନି ପରୀକ୍ଷିତ ମହାରାଜା ଙ୍କୁ ସପ୍ତାହବ୍ୟାପୀ ବୁଝାଇ ବ୍ରହ୍ମଲୀନ କରାଇଥିଲେ । ତା’ପରେ ଜନସାଧାରଣ ତାହାକୁ ଭାଗବତ ବୋଲି ଜାଣି ପୂଜାର୍ଚ୍ଚନା ଓ ଆଲୋଚନା କରିବାରେ ଲାଗିଲେ । ଷାଠିଏ ହଜାର ଋଷିଙ୍କ ପ୍ରତିନିଧି ସ୍ୱରୂପ ଶୌନକ ମୁନି ସୁତମୁନିଙ୍କୁ ଯେଉଁ ପ୍ରଶ୍ନମାନ ପଚାରିଥିଲେ ତାହାର ଉତ୍ତର ଭାଗବତର ପ୍ରଥମରୁ ଦ୍ୱାଦଶ ସ୍କନ୍ଧ ମଧ୍ୟରେ ବର୍ଣ୍ଣିତ ହୋଇଛି । ଭାଗବତ ଗ୍ରନ୍ଥ ଆଜି ଘରେ ଘରେ ପୂଜା ପାଉଛି ।
Trending
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
Prev Post