ଆଫ୍ରିକୀୟ ଦେଶ ନାଇଜରରେ ସାମରିକ କ୍ଷମତା ଦଖଲର ପ୍ରାୟ ଦୁଇମାସ ପରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ରବିବାର ଘୋଷଣା କରିଛନ୍ତି ନାଇଜରରୁ ଫ୍ରାନ୍ସ ନିଜର ରାଷ୍ଟ୍ରଦୂତଙ୍କୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ସେ ଆହୁରି କହିଛନ୍ତି ଆଗାମୀ କିଛି ଘଣ୍ଟା ମଧ୍ୟରେ ଆମର ରାଷ୍ଟ୍ରଦୂତ ଏବଂ ଅନେକ କୂଟନୀତିଜ୍ଞ ଫ୍ରାନ୍ସକୁ ଫେରିବେ। ରାଷ୍ଟ୍ରପତି ମାକ୍ରୋନଙ୍କ ଅନୁଯାୟୀ ଫ୍ରାନ୍ସ ମଧ୍ୟ ଆସନ୍ତା ମାସରେ ନାଇଜରରୁ ନିଜର ସୈନ୍ୟ ପ୍ରତ୍ୟାହାର କରିବ।ଫ୍ରାନ୍ସ ଟେଲିଭିଜନକୁ ଦେଇଥିବା ଏକ ସାକ୍ଷାତକାରରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ କହିଛନ୍ତି ନାଇଜରରୁ ଫ୍ରାନ୍ସ ଏହାର ରାଷ୍ଟ୍ରଦୂତଙ୍କୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ଏହି ସମୟରେ ସେ କହିଛନ୍ତି ଆମର ରାଷ୍ଟ୍ରଦୂତ ଏବଂ ବହୁ କୂଟନୀତିଜ୍ଞ ଆସନ୍ତା କିଛି ଘଣ୍ଟା ମଧ୍ୟରେ ଫ୍ରାନ୍ସକୁ ଫେରିବେ। ସେ କହିଛନ୍ତି ନାଇଜରକୁ ସାମରିକ ସହାୟତା ସମାପ୍ତ ହୋଇଛି ଏବଂ ଫ୍ରାନ୍ସ ସୈନ୍ୟମାନେ ଆସନ୍ତା ସପ୍ତାହ ଏବଂ ମାସ ମଧ୍ୟରେ ଏବଂ ବର୍ଷ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବେ।ଏଥି ସହିତ ରାଷ୍ଟ୍ରପତି ମାକ୍ରୋନଙ୍କ ଏହି ବିବୃତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ନାଇଜରର ସାମରିକ ଶାସକମାନେ ଫ୍ରାନ୍ସର ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି।
Trending
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
Prev Post
Next Post