ଦେଶରେ ଏକସଙ୍ଗେ ସମସ୍ତ ନିର୍ବାଚନ କରାଇବା ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ରାଜନୈତିକ ଦଳଗୁଡ଼ିକୁ ଆମନ୍ତ୍ରଣ କରି ଏକସଙ୍ଗେ ନିର୍ବାଚନ ନେଇ ନ୍ୟାୟିକ ଆୟୋଗ ସେମାନଙ୍କ ମତାମତ ସଂଗ୍ରହ କରିବାକୁ ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା, ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ, ରାଜ୍ୟ ସଭାର ପୂର୍ବତନ ପୂର୍ବତନ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ, ପୂର୍ବତନ ଅର୍ଥ କମିଶନ ଅଧ୍ୟକ୍ଷ ଏନ୍.କେ. ସିଂ, ଲୋକ ସଭାର ପୂର୍ବତନ ମହାସଚିବ ସୁଭାଷ ସି. କଶ୍ୟପ ଏବଂ ପୂର୍ବତନ ମୁଖ୍ୟ ଭିଜିଲାନ୍ସ କମିଶନର ସଞ୍ଜୟ କୋଠାରି ବୈଠକରେ ଯୋଗ ଦେଇଥିଲେ। ବରିଷ୍ଠ ଆଇନଜୀବୀ ହରିଶ ସାଲ୍ଭେ ଭର୍ଚୁଆଲି ବୈଠକରେ ସାମିଲ ହୋଇଥିଲେ। ତେବେ ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ବୈଠକକୁ ଆସି ନ ଥିଲେ। ସ୍ବୀକୃତିପ୍ରାପ୍ତ ଜାତୀୟ ଦଳ, ବିଭିନ୍ନ ରାଜ୍ୟରେ ସରକାରରେ ଥିବା ଦଳ, ପାର୍ଲାମେଣ୍ଟକୁ ସଦସ୍ୟ ପଠାଇଥିବା ଦଳ ଏବଂ ଅନ୍ୟ ସ୍ବୀକୃତିପ୍ରାପ୍ତ ରାଜ୍ୟ ଦଳଗୁଡ଼ିକୁ ଆମନ୍ତ୍ରଣ କରାଯାଇ ଏକକାଳୀନ ନିର୍ବାଚନ ନେଇ ସେମାନଙ୍କ ପ୍ରସ୍ତାବ ଓ ମତାମତ ଲୋଡ଼ାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଥିବା ଏକ ବିବୃତିରେ କୁହାଯାଇଛି। ଏଥିସହିତ ନ୍ୟାୟିକ ଆୟୋଗରୁ ମଧ୍ୟ ପ୍ରସ୍ତାବ ଓ ମତାମତ ନିଆଯିବ ବୋଲି ଆଇନ ମନ୍ତ୍ରଣାଳୟ କହିଛି।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post
Next Post