ସ୍ବିଜରଲ୍ୟାଣ୍ଡରେ ନିଷିଦ୍ଧ ହୋଇଛି ବୁର୍କା। ବୁଧବାର ଦେଶରେ ରହୁଥିବା ମୁସଲମାନ ସମ୍ପ୍ରଦାୟକୁ ଏକ ବଡ଼ ଝଟ୍କା ଦେଇ ସଂସଦର ନିମ୍ନ ଗୃହ ବୁଧବାର ବୁର୍କା ନିଷିଦ୍ଧ ସପକ୍ଷରେ ମତ ଦେଇଛନ୍ତି। ତେବେ ଉଲ୍ଲଂଘନକାରୀଙ୍କ ପାଇଁ ୧୦୦୦ ଫ୍ୟାଙ୍କ(ପ୍ରାୟ ୧୧୦୦ ଡଲାର) ପର୍ଯ୍ୟନ୍ତ ଜରିମାନା ମଧ୍ୟ ଧାର୍ଯ୍ୟ କରାଯାଇଛି। ଏହି ଆଇନ ସପକ୍ଷରେ ନ୍ୟାଶନାଲ କାଉନସିଲ ୧୫୧-୨୯ ଭୋଟ ଦେଇଛି, ଯାହା ସିନେଟ୍ ଦ୍ୱାରା ଅନୁମୋଦିତ ହୋଇସାରିଥିଲା। ତେବେ ଏହି ସ୍ବିସ୍ ନିୟମ କେବଳ ପୂଜାସ୍ଥଳକୁ ଛାଡ଼ି ଅନ୍ୟ ସବୁ ସ୍ଥାନରେ ଲାଗୁ ହେବ। ଏଥିରେ ସର୍ବସାଧାରଣ ସ୍ଥାନ ତଥା ବେସରକାରୀ ଅଟ୍ଟାଳିକା ଆଦିରେ ମହିଳାଙ୍କୁ ନାକ, ପାଟି ଏବଂ ଆଖି ଆଦିକୁ ଘୋଡ଼ାଇବାକୁ ବାରଣ କରାଯାଇଛି।
Trending
- ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ୍
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ