ଭୁବନେଶ୍ୱରର ପ୍ରମୁଖ ବଜାର ୟୁନିଟ-୨ସ୍ଥିତ ମାର୍କେଟ ବିଲ୍ଡିଂ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ୭୫ବର୍ଷ ପୂର୍ବେ ହାତଗଣତି କେତେଜଣ ବ୍ୟବସାୟୀଙ୍କୁ ନେଇ ଗଠନ ହୋଇଥିବା ଏହି ମାର୍କେଟରେ ଏବେ ୧୭୦ରୁ ଊର୍ଦ୍ଧ୍ୱ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ରହିଛି। ତା’ ମଧ୍ୟରେ ଛୋଟ ବଡ଼ ଶୋ’ରୁମ୍ ମଧ୍ୟ ରହିଛି। କମ୍ ଦାମ୍ରେ ଚାହୁଁଥିବା ଭଳି ସବୁ ଜିନିଷ ମିଳୁଥିବାରୁ ଶପିଂ ପାଇଁ ମାର୍କେଟ ବିଲ୍ଡିଂ ଲୋକଙ୍କର ପ୍ରଥମ ପସନ୍ଦ ପାଲଟିଛି। କେବଳ ରାଜଧାନୀବାସୀ ନୁହନ୍ତି, କଟକ, ଖୋର୍ଦ୍ଧା, ପୁରୀ ଜିଲା ଆଦି ବିଭିନ୍ନ ଅଞ୍ଚଳରୁ ପ୍ରତିଦିନ ଶହଶହ ଲୋକ ଏଠାକୁ ଆସିଥାନ୍ତି। ଆଉ ପର୍ବପର୍ବାଣି ଥିଲେ ମାର୍କେଟରେ ପଶିବା କଷ୍ଟକର ହୋଇପଡେ। ତେବେ ଏତେବଡ଼ ମାର୍କେଟରେ ଗ୍ରାହକଙ୍କୁ ମୌଳିକ ସୁବିଧା ମିଳୁ ନ ଥିବାରୁ ଗ୍ରାହକମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ମାର୍କେଟ ପରିସରରେ ଶୌଚାଳୟ ବ୍ୟବସ୍ଥା ନାହିଁ। ତେଣୁ ଲୋକମାନେ ରାସ୍ତା କଡ଼ରେ କିମ୍ବା ବାହାରେ ଶୌଚ ହେଉଛନ୍ତି। ପୁରୁଷମାନେ ଯାହା ଯେମିତି କାମ ଚଳାଉଥିବାବେଳେ ମହିଳାମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗାଡ଼ି ଷ୍ଟାଣ୍ଡ୍ ପାଖରେ ଗୋଟିଏ ସୁଲଭ ଶୌଚାଳୟ ଥିଲେ ବି ସେଠାରେ ୧୦ଟଙ୍କା ନେଉଥିବାରୁ ଅଧିକାଂଶ ଲୋକ ଯିବାକୁ ରାଜି ହେଉନାହାନ୍ତି। ମାର୍କେଟ ଭିତରେ ପିଇବା ପାଣି ବ୍ୟବସ୍ଥା ମଧ୍ୟ ନାହିଁ। ପୂର୍ବରୁ ଲାଗିଥିବା ଆକ୍ୱାଗାର୍ଡ ଫନି ପରଠାରୁ ଭାଙ୍ଗିରୁଜି ପଡିଥିଲେ ବି ଏହା ଉପରେ କାହାର ନଜର ପଡୁନାହିଁ। ଫଳରେ ଶୋଷ ମେଣ୍ଟାଇବା ପାଇଁ ଗ୍ରାହକଙ୍କୁ ଦୋକାନରୁ ପାଣି ବୋତଲ କିଣି ପିଇବାକୁ ପଡୁଛି। ଅପରପକ୍ଷେ ପାର୍କିଂ ବ୍ୟବସ୍ଥା ମାର୍କେଟ ପାଇଁ ଅନ୍ୟ ଏକ ସମସ୍ୟା ପାଲଟିଛି। ବିଏମ୍ସି ପକ୍ଷରୁ ଯଦିଓ ପାର୍କିଂ ପାଇଁ ୨ଟି ଷ୍ଟାଣ୍ଡ୍ କରାଯାଇଛି ତେବେ ଭିଡ଼ ସମୟରେ ଗାଡ଼ି ରଖିବାକୁ ତାହା ପର୍ଯ୍ୟାପ୍ତ ହେଉନାହିଁ। ଅଧିକାଂଶ ଲୋକ ମାର୍କେଟ ମୁଖ୍ୟ ଗେଟ୍ ସମ୍ମୁଖରେ ଏବଂ କେଶରୀ ମଲ୍ ପାଖରେ ଗାଡ଼ି ରଖୁଥିବାରୁ ଯାତାୟାତ ସମସ୍ୟା ସୃଷ୍ଟି ହେଉଛି। ହାତଗଣତି କେତେକ ବଡ଼ ଶୋ’ରୁମ୍କୁ ବାଦ୍ଦେଲେ ମାର୍କେଟରେ ଅଗ୍ନିନିର୍ବାପକ ବ୍ୟବସ୍ଥା ନାହିଁ। ନିକଟରେ ଥିବା ବିଏମ୍ସି କେଶରୀ ମଲ୍ରେ ୨ଥର ଶର୍ଟସର୍କିଟ୍ରୁ ନିଆଁ ଲାଗି ସାରିଲାଣି। ଏପରିକି ମାର୍କେଟରେ ଥିବା ଉଷା ଶୋ’ରୁମ୍ରେ ମଧ୍ୟ କିଛି ମାସ ତଳେ ନିଆଁ ଲାଗିଥିଲା। ହେଲେ ଆସୋସିଏଶନ୍ କିମ୍ବା ବିଏମ୍ସି କେହି ବି ମାର୍କେଟର ସୁରକ୍ଷା ନେଇ ପଦକ୍ଷେପ ନେଉ ନାହାନ୍ତି। ବଡ଼ଧରଣର ନିଆଁ ଲାଗିଲେ ବା ଦୁର୍ଘଟଣା ଘଟିଲେ ମାର୍କେଟ ବିଲ୍ଡିଂ ଭିତରକୁ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡ଼ି ପଶି ପାରିବ ନାହିଁ। କେବଳ ସେତିକି ନୁହେଁ, ମାର୍କେଟରେ ଯେତିକି ଲାଇଟ୍ ଲାଗିବା କଥା ତାହା ମଧ୍ୟ ନାହିଁ। ମାର୍କେଟର ରକ୍ଷଣାବେକ୍ଷଣ ଠିକ୍ ଭାବେ ହେଉ ନ ଥିବାରୁ ଏଭଳି ଦୁର୍ଦ୍ଦଶା ହୋଇଛି। ସେହିପରି ବିଶ୍ୱକପ୍ ହକି ସମୟରେ ମାର୍କେଟର ଭିତରେ ବସିବା ପାଇଁ କିଛି ଚୌକି ନିର୍ମାଣ କରାଯାଇଥିଲା। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ସେଥିରୁ କେତେକ ଭାଙ୍ଗି ଗଲାଣି। ଗତ କିଛିଦିନ ହେବ ମାର୍କେଟର ରକ୍ଷଣାବେକ୍ଷଣ ଦାୟିତ୍ୱ ବିଏମ୍ସି ଆସୋସିଏଶନ୍କୁ ଦେଇଛି। ମାତ୍ର ସମସ୍ୟା ଓ ଅବ୍ୟବସ୍ଥା ବଢ଼ିଯାଇଥିବାରୁ ବିଏମ୍ସି ସହଯୋଗ କରିବା ଆବଶ୍ୟକ ବୋଲି ଆସୋସିଏଶନ୍ ପକ୍ଷରୁ କୁହାଯାଇଛି।
Trending
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
Prev Post