ଭାରତ-ଅଷ୍ଟ୍ରେଲିଆ ଦିନିକିଆ
ମୋହାଲି: ଅଷ୍ଟ୍ରେଲିଆ ସହ ଦିନିକିଆ ମ୍ୟାଚ୍ ଆଜିଠୁ ଆରମ୍ଭ ହେବାକୁ ଯାଉଛି । ଘରୋଇ ଭାରତୀୟ ଦଳ ରୋହିତ ଶର୍ମା, ବିରାଟ କୋହଲି, କୁଲଦୀପ ଯାଦବ, ହାର୍ଦିକ ପାଣ୍ଡ୍ୟାଙ୍କ ଭଳି ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେଇ ଏହି ମ୍ୟାଚ୍ ଖେଳୁଛି। ବିଶ୍ବକପ୍ ପୂର୍ବର ଏହି ଲଢ଼େଇରେ ଭାରତୀୟ ଦଳରେ ଗୋଟିଏ ବ୍ୟକ୍ତିଗତ ଲଢ଼େଇ ମଧ୍ୟ ଦେଖିବାକୁ ମିଳିବ। ନିଜ ନିଜ ସ୍ଥାନ ସୁରକ୍ଷିତ ରଖିବାକୁ ଦୁଇ ମୁମ୍ବାଇ ବ୍ୟାଟର୍ ଶ୍ରେୟସ ଆୟର୍ ଏବଂ ସୂର୍ଯ୍ୟକୁମାର ଯାଦବ ଆଶା ରଖିଛନ୍ତି। ଭାରତୀୟ ଦଳ ଭିତରେ ଈଶାନ କିଶନ, ଶୁବମନ ଗିଲ୍, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, କେଏଲ୍ ରାହୁଲ୍ (ଅଧିନାୟକ, ୱିକେଟରକ୍ଷକ), ରବୀନ୍ଦ୍ର ଜାଦେଜା, ୱାସିଂଟନ୍ ସୁନ୍ଦର, ଆର୍ ଅଶ୍ବିନ୍, ମହମ୍ମଦ ସାମି, ମହମ୍ମଦ ସିରାଜ/ଶାର୍ଦୁଳ ଠାକୁର, ଯଶପ୍ରୀତ ବୁମରା ରହିଛନ୍ତି ।