ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନ ପାଇଁ ହ୍ୱିପ ଜାରି କଲା ବିଜେଡି

ମହିଳା ସଂରକ୍ଷଣ ବିଲ୍ ଉପରେ ଆଜି ରାଜ୍ୟସଭାରେ ହେଉଛି ଆଲୋଚନା।  ବିଲ୍‌କୁ ସମର୍ଥନ କରିବା ପାଇଁ ବିଜେଡି ନିଜ ରାଜ୍ୟସଭା ସାଂସଦଙ୍କ ଉପରେ ହ୍ୱିପ୍ ଜାରି କରିଛି।ବିଜେଡି ନିଜ ରାଜ୍ୟସଭା ସଦସ୍ୟଙ୍କ ପାଇଁ ୩ ଲାଇନର ହ୍ୱିପ୍ ଜାରି କରିଛି। ସମସ୍ତ ସାଂସଦ ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ୍ ଜରିଆରେ କୁହାଯାଇଛି। ଗତକାଲି  ଲୋକସଭାରେ ପାରିତ ହୋଇଛି ଐତିହାସିକ ମହିଳା ସଂରକ୍ଷଣ ବିଲ୍। ନାରୀ ଶକ୍ତି ବନ୍ଦନ ଅଧିନିୟମ ନାଁରେ ଆଗତ ଐତିହାସିକ ବିଲ୍ ସପକ୍ଷରେ ୪୫୪ ଭୋଟ୍ ମିଳିବା ପରେ ଏହାକୁ ଲୋକସଭାରେ ଅନୁମୋଦନ ମିଳିଛି।