ନିର୍ବାଚନକୁ ନେଇ ଏବେଠୁ ଗ୍ରାଉଣ୍ଡ ଜିରୋରେ ଦେଖିବାକୁ ମିଳିଲାଣି ନିର୍ବାଚନୀ ଉଷ୍ମତା । ଗଞ୍ଜାମ ଜିଲ୍ଲାର ବହୁଚର୍ଚ୍ଚିତ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଏଥିରୁ ବାଦ୍ ପଡ଼ିଥାନ୍ତା କିପରି ? ଗୋପାଳପୁରରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସରୁ ଆଶାୟୀମାନେ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ, ଶାସକ ଦଳ ବିଜେଡିରୁ ଆଶାୟୀ ତାଲିକା ଧିରେ ଧିରେ ଲମ୍ବି ଲମ୍ବି ଚାଲିଛି।ଗଞ୍ଜାମ ଜିଲ୍ଲାର ୧୩ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଅଧିକ ଗୁରୁତ୍ବପୂର୍ଣ୍ଣ ଗୋପାଳପୁର ଆସନ। ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ୧୧ ଓ୍ବାର୍ଡ, ରଙ୍ଗେଇଲୁଣ୍ଡା ବ୍ଳକର ୩୨ ପଞ୍ଚାୟତ, କୁକୁଡ଼ାଖଣ୍ଡି ବ୍ଳକର ୫ ପଞ୍ଚାୟତ ଏବଂ ବ୍ରହ୍ମପୁର ୬ ଓ୍ବାର୍ଡକୁ ନେଇ ଗଠିତ ଏହି ବିଧାନସଭା କ୍ଷେତ୍ର। ଗତ ତିନିଟି ନିର୍ବାଚନରେ ବିଜେଡି କବଜାରେ ରହି ଆସିଛି ଏହି ଆସନ। ଗୋପାଳପୁରରୁ ଲଗାତର ତିନି ଥର ବିଧାୟକ ହୋଇଛନ୍ତି ପ୍ରଦୀପ କୁମାର ପାଣିଗ୍ରାହୀ । ଗତ ୨୦୧୯ ନିର୍ବାଚନରେ ବିଜେଡ଼ି ଏବଂ ବିଜେପି ମଧ୍ୟରେ ହୋଇଥିଲା କଡ଼ା ଟକ୍କର ହୋଇଥିବା ବେଳେ ବିଜୟୀ ହୋଇଥିଲେ ବିଜେଡି ପ୍ରାର୍ଥୀ । ୨୦୧୯ରେ ବିଜେଡି ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀ ୬୧, ୬୨୮ ଭୋଟ ପାଇଥିବା ବେଳେ, ବିଜେପି ପ୍ରାର୍ଥୀ ବିଭୁତି ଭୂଷଣ ଜେନାଙ୍କୁ ମିଳିଥିଲା ୫୮, ୯୫୫ ଭୋଟ୍। କଂଗ୍ରେସ ପ୍ରାର୍ଥୀ ଏସ.ଧର୍ମରାଜ ରେଡି ପାଇଥିଲେ ୧୦,୦୫୩ ଭୋଟ୍। ତେବେ ନିର୍ବାଚନ ମଣ୍ଡଳୀରୁ ଦୂରେଇ ରହିବା ଏବଂ ଜନ ବିରୋଧି କାର୍ଯ୍ୟ ଅଭିଯୋଗରେ, ୨୦୨୧ ନଭେମ୍ବର ୨୯ରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିରୁ ବହିଷ୍କାର କରିଥିଲା ଦଳ। ପ୍ରଦୀପଙ୍କ ବିରୋଧରେ କାର୍ୟ୍ଯାନୁଷ୍ଟାନ ପରେ ଏବେ, ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଜନ ସଂପର୍କରେ ଲାଗିଛନ୍ତି ଗୋପବନ୍ଧୁ ଦାସ,। ସେହିପରି ବ୍ରହ୍ମପୁରରୁ ପୂର୍ବତନ ବିଜେଡି ସାଂସଦ ସିଦ୍ଧାନ୍ତ ମହାପାତ୍ର ମଧ୍ଯ ଗାଁ ଗାଁ ବୁଲି ସାଂଗଠନିକ କାର୍ଯ୍ୟକ୍ରମ ଚଳାଇଛନ୍ତି । ବ୍ରହ୍ମପୁରରୁ ବିଜେଡି ବିଧାୟକ ବିକ୍ରମ ପଣ୍ଡା ମଧ୍ଯ ଗୋପାଳପୁରରେ ସଭା ସମିତି କରିବାରେ ଲାଗୁଛନ୍ତି।
Trending
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
Prev Post