ଭିଟାମିନର ଅଭାବରେ ମହିଳାଙ୍କୁ ହୋଇପାରେ ଅନେକ ରୋଗ 

ଅଣଦେଖା କରିବାର ଭୁଲ କରନ୍ତୁ ନାହିଁ

ମହିଳାମାନେ ନିଜର ଖାଦ୍ୟପେୟରେ ଆଦୌ ଧ୍ୟାନ ରଖନ୍ତି ନାହିଁ । ଏହି କାରଣରୁ ସେମାନଙ୍କ ଶରୀରରେ ପୋଷକ ତତ୍ୱ କମିଯାଏ । ଏକ ଭିଟାମିନ ଅଛି ଯାହାକୁ ଖାଇବା ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଜରୁରୀ ଅଟେ । ଅଧିକାଂଶ ମହିଳାଙ୍କୁ ଭିଟାମିନ ବି-୧୨ ବିଷୟରେ ଜଣା ନଥାଏ । ମହିଳାମାନେ ଭରପୁର ଫଳର ସେବନ କରନ୍ତି ନାହିଁ, ଯାହାଫଳରେ କି ଭିଟାମିନ ବି-୧୨ର ଅଭାବ ରହିଥାଏ । ।ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ୍, ମିନେରାଲ୍ସ, ପ୍ରୋଟିନ୍, କାର୍ବୋହାଇଡ୍ରେଟ୍ ଏବଂ ଫାଇବର ରହିବା ଆବଶ୍ୟକ । ଆମେ ଖାଦ୍ୟ ମାଧ୍ୟମରେ ଶରୀର ପାଇଁ ଅଧିକାଂଶ ଭିଟାମିନ ପାଇଥାଉ । ଏହି ଭିଟାମିନ ଆପଣଙ୍କ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଯାହାକି ସାଧାରଣ ଖାଦ୍ୟରେ ପର୍ଯ୍ୟାପ୍ତ ପରିମାଣରେ ମିଳିନଥାଏ, ସେଥିପାଇଁ ଅଧିକାଂଶ ମହିଳାଙ୍କ ଶରୀରରେ ଏହି ଭିଟାମିନର ଅଭାବ ଦେଖାଯାଏ । ଭିଟାମିନ ବି-୧୨ରେ ଅନେକ ଜରୁରୀ ପୋଷକ ତତ୍ୱ ରହିଛି । ଯାହାଦ୍ୱାରା କି ଶରୀରକୁ ଠିକ ପରିମାଣରେ ଭିଟାମିନ ବି-୧୨ ମିଳିବ ।