ନୂଆଁଖାଇ ପଶ୍ଚିମ ଓଡିଶାର ଏକ ଗଣପର୍ବ। ନୂଆଁଖାଇବା ପାଇଁ ଲଗ୍ନ ଧାର୍ଯ୍ୟ ଠାରୁ ଆରମ୍ଭ ହୋଇଯାଏ ପ୍ରସ୍ତୁତି। ଘରେ ଘରେ ଆନନ୍ଦର ଆସର।ନୂଆଁଖାଇ ପାଇଁ ଆଜି ମା’ଙ୍କ ପାଖରେ ଲାଗି ହୋଇଛି ନୂଆ ସିନ୍ଦୁର । ପ୍ରଥମେ ଶ୍ରୀ ଗଣେଶଙ୍କୁ ପୂଜା କରିବା ପରେ ମା’ ସମଲେଶ୍ୱରୀଙ୍କ ପାଶ୍ୱର୍ରେ ଥିବା ଦେବୀ ମାନଙ୍କୁ ନୂତନ ସିନ୍ଦୁର ଲାଗି କରାଯାଇଥିଲା । ପୂଜକମାନେ ଏହି କାର୍ଯ୍ୟକ୍ରମ କରିଥିଲେ । ସିନ୍ଦୁର ଲାଗି ହେବା ପରେ ମନ୍ଦିର ଚତୁଃପାଶ୍ୱର୍କୁ ସଫା କରାଯାଏ । ଏହା ଛଡା ମା’ଙ୍କ ଠାରେ ଲାଗି ହୋଇଥିବା ଗହଣା ମଧ୍ୟ ସଫା ହୋଇଥାଏ । ମନ୍ଦିର ପ୍ରଶାସନ ଏବଂ ପୋଲିସ ଉପସ୍ଥିତିରେ ଏହାକୁ ସଫା କରାଯାଏ । ଏହା ଛଡା ପୂଜା ପାଇଁ ମନ୍ଦିରର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।ଆସନ୍ତା କାଲି ମା’ଙ୍କ ନୂଆ ବେଶ କରାଯିବ । ମା’ କାଲି ନୂଆ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ଆସନ୍ତା କାଲି ୧୦.୨୭ ମିନିଟରୁ ୧୦.୪୨ ମିନିଟ ମଧ୍ୟରେ ନବାର୍ଣ୍ଣ ଲାଗି ହେବ । ନୂଆ ଖାଇବା ପରେ ଭେଟଘାଟ ହୋଇଥାଏ । ଗୁଗୁଜନମାନଙ୍କୁ ସମସ୍ତେ ଜୁହାର କରିବାର ପରମ୍ପରା ରହିଛି ।
Trending
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
Prev Post
Next Post