ନିର୍ମାଣ କ୍ଷେତ୍ରରେ ନୂଆ ଟେକ୍ନୋଲୋଜିର

ଭିତ୍ତିଭୂମି ଓ ବାସଗୃହ ନିର୍ମାଣ କ୍ଷେତ୍ରରେ ନୂଆ ଟେକ୍ନୋଲୋଜିର ବ୍ୟବହାର

ଦେଶର ପ୍ରମୁଖ ଗୃହ ନିର୍ମାଣକାରୀ ସଂଗଠନ କ୍ରେଡାଇର ଓଡ଼ିଶା ୟୁନିଟ୍‌(କ୍ରେଡାଇ ଭୁବନେଶ୍ୱର)ର ବାର୍ଷିକ ସାଧାରଣ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି କ୍ରେଡାଇ ଭୁବନେଶ୍ୱର ସିଟି ଚାପ୍ଟରର ସଭାପତି ସୋଫିଆ ଫିରଦୋଷଙ୍କ ଅଧ୍ୟକ୍ଷତାରେ ସଭା ପରିଚାଳିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ୟୁସିସିଆଇର ସଭାପତି ଡ. ବ୍ରହ୍ମା ମିଶ୍ର ବିଶେଷ ଅତିଥି ଭାବେ ଯୋଗ ଦେଇଥିବାବେଳେ କ୍ରେଡାଇ ଭୁବନେଶ୍ୱରର ସମ୍ପାଦକ ଜଗତ କର ସ୍ବାଗତ ଅଭିଭାଷଣ ପ୍ରଦାନ ସହ ସଭାର ଆଭିମୁଖ୍ୟ ଓ ନୂଆକରି ଗଠିତ ହୋଇଥିବା ମ୍ୟାନେଜମେଣ୍ଟ ବଡିର ପ୍ରଥମ ବୈଠକ ବିଷୟରେ ବିସ୍ତୃତ ଆଲୋକପାତ କରିଥିଲେ।ସେହିଭଳି ଆଗାମୀ ଦିନରେ ଭିତ୍ତିଭୂମି ଓ ବାସଗୃହ ନିର୍ମାଣ କ୍ଷେତ୍ରରେ ନୂଆ ଟେକ୍ନୋଲୋଜିର ବ୍ୟବହାର ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି କର ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି। ଅପରପକ୍ଷରେ କ୍ରେଡାଇ ଭୁବନେଶ୍ୱର ଶାଖାକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ମିଶ୍ର ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି। ସେହିଭଳି ନିକଟରେ ଚାପ୍ଟର ସହ ୫ ନୂଆ ସଦସ୍ୟ ଯୋଡି ହୋଇଥିବା ବେଳେ ଆଗାମୀ ଦିନରେ ଆହୁରି ଅନେକ ସଦସ୍ୟ ( ବିଲ୍‌ଡର ଏବଂ ଡେଭଲପର) ଚାପ୍ଟର ସହ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଫିରଦୋଷ ମତପ୍ରକାଶ କରିଛନ୍ତି।