କିଏ ଜିତିବ ମ୍ୟାଚ । ଶ୍ରୀଲଙ୍କା କି ଭାରତ । ଆଜି ମୁକାବିଲା ଚାଲିଛି । ବର୍ଷା ପାଇଁ ଖେଳ ବିଳମ୍ଭରେ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଓଭରରୁ ଶ୍ରୀଲଙ୍କାର ଉଇକେଟ ଯାଇଛି । ଗୋଟେ ପରେ ଗୋଟେ ଉଇକେଟ ହରାଇ ଶ୍ରୀଲଙ୍କା ସମସ୍ୟାରେ ପଡିଛି । ଗୋଟିଏ ଓଭରରେ ଚାରିଟି ଉଇକେଟ ନେଇଛନ୍ତି ସିରାଜ । ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । କିନ୍ତୁ ଭାରତୀୟ ବୋଲରଙ୍କ ଆଗରେ ଜଣଙ୍କ ପରେ ଜଣେ ଆଉଟ ହୋଇ ଫେରିବାରେ ଲାଗିଛନ୍ତି । ଆଜିର ମ୍ୟାଚ ବେଶ ରୋମାଞ୍ଚକର ରହିବ ବୋଲି କ୍ରୀଡ଼ା ପ୍ରେମୀ ଅପେକ୍ଷାରେ ଅଛନ୍ତି । କାରଣ ଶ୍ରୀଲଙ୍କା ବଡ଼ ସ୍କୋର କରିପାରିବ ନାହିଁ । ଜିତିବାକୁ ଭାରତ ଆଜି ନିଶ୍ଚୟ ଚାହିଁବ । ବିଗତ ୫ ବର୍ଷ ହେବ ଭାରତ କୌଣସି ଟ୍ରଫି ପାଇନଥିବାରୁ ଏସିଆ କପ୍ ଜିତିବାକୁ ପୁରା ଚେଷ୍ଟା କରୁଛି ଭାରତ । ଆଗକୁ ଦିନିକିଆ ବିଶ୍ୱକପ ରହିଥିବାରୁ ଭାରତ ପାଇଁ ଏହି ଟ୍ରଫି ଜିତିବା ଗୁରୁତ୍ୱପୂର୍ଣ୍ଣ । ଶ୍ରୀଲଙ୍କା ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୫୦ ରନରେ ଅଲ ଆଉଟ ହୋଇଯାଇଛି । ଭାରତର ୩ ବୋଲର ମହମ୍ମଦର ସିରାଜ, ଯଶପ୍ରୀତ ବୁମରା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଘାତକ ବୋଲିଂ ଆଗରେ ସମଗ୍ର ଶ୍ରୀଲଙ୍କା ଦଳ ଆତ୍ମସମର୍ପଣ କରିଦେଇଛି ।
Trending
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା