କିଏ ଜିତିବ ମ୍ୟାଚ । ଶ୍ରୀଲଙ୍କା କି ଭାରତ । ଆଜି ମୁକାବିଲା ଚାଲିଛି । ବର୍ଷା ପାଇଁ ଖେଳ ବିଳମ୍ଭରେ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଓଭରରୁ ଶ୍ରୀଲଙ୍କାର ଉଇକେଟ ଯାଇଛି । ଗୋଟେ ପରେ ଗୋଟେ ଉଇକେଟ ହରାଇ ଶ୍ରୀଲଙ୍କା ସମସ୍ୟାରେ ପଡିଛି । ଗୋଟିଏ ଓଭରରେ ଚାରିଟି ଉଇକେଟ ନେଇଛନ୍ତି ସିରାଜ । ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । କିନ୍ତୁ ଭାରତୀୟ ବୋଲରଙ୍କ ଆଗରେ ଜଣଙ୍କ ପରେ ଜଣେ ଆଉଟ ହୋଇ ଫେରିବାରେ ଲାଗିଛନ୍ତି । ଆଜିର ମ୍ୟାଚ ବେଶ ରୋମାଞ୍ଚକର ରହିବ ବୋଲି କ୍ରୀଡ଼ା ପ୍ରେମୀ ଅପେକ୍ଷାରେ ଅଛନ୍ତି । କାରଣ ଶ୍ରୀଲଙ୍କା ବଡ଼ ସ୍କୋର କରିପାରିବ ନାହିଁ । ଜିତିବାକୁ ଭାରତ ଆଜି ନିଶ୍ଚୟ ଚାହିଁବ । ବିଗତ ୫ ବର୍ଷ ହେବ ଭାରତ କୌଣସି ଟ୍ରଫି ପାଇନଥିବାରୁ ଏସିଆ କପ୍ ଜିତିବାକୁ ପୁରା ଚେଷ୍ଟା କରୁଛି ଭାରତ । ଆଗକୁ ଦିନିକିଆ ବିଶ୍ୱକପ ରହିଥିବାରୁ ଭାରତ ପାଇଁ ଏହି ଟ୍ରଫି ଜିତିବା ଗୁରୁତ୍ୱପୂର୍ଣ୍ଣ । ଶ୍ରୀଲଙ୍କା ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୫୦ ରନରେ ଅଲ ଆଉଟ ହୋଇଯାଇଛି । ଭାରତର ୩ ବୋଲର ମହମ୍ମଦର ସିରାଜ, ଯଶପ୍ରୀତ ବୁମରା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଘାତକ ବୋଲିଂ ଆଗରେ ସମଗ୍ର ଶ୍ରୀଲଙ୍କା ଦଳ ଆତ୍ମସମର୍ପଣ କରିଦେଇଛି ।
Trending
- ୮ମ ବେତନ କମିଶନକୁ ଅନୁମୋଦନ
- ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ , ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ – ମୁଖ୍ୟମନ୍ତ୍ରୀ
- ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା – ନବୀନ
- ଛଠ ପୂଜା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
- ସରକାର ଗଢ଼ିବା ପାଇଁ ଭୋଟରଙ୍କୁ ପ୍ରତିଦିନ ଲୋଭ ଦେଖାଉଛନ୍ତି ତେଜସ୍ବୀ
- ନୂଆପଡ଼ାରେ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଫୋକସରେ ଚାଷୀ, ମହିଳା