ଆତ୍ମନିର୍ଭର ଭାରତ ଓ ନାଗରିକ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ଆତ୍ମନିର୍ଭର ଭାରତ ଓ ନାଗରିକ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ମେଟ୍ରୋ ଟିଭି ଓଡିଶା,୩/୨ : ଆଜି କାକଟପୁର ବୀଣାପାଣି ମଣ୍ଡପ ପରିସରରେ ନେହେରୁ ଯୁବ କେନ୍ଦ୍ର ପୁରୀ ଓ ଆନୁକୂଲ୍ୟରେ ଏକ ଆତ୍ମନିର୍ଭର ଭାରତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lଏଥିରେ ପ୍ରାୟ ୮୦ରୁ ଉର୍ଦ୍ଧ ଯୁବକ ଯୋଗ ଦେଇଥିବା ବେଳେ କୋଭିଡ ନିୟମ ପାଳନ କରି କାର୍ଯ୍ୟକ୍ରମ ସମ୍ପାଦନ କରଯାଇଛି l ​କାକଟପୁର ୟୁଥ ମାସ୍ ଆବାହକ ସମାଜସେବୀ କାଳୀପ୍ରସାଦ ସ୍ୱାଇଁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ ଓଡିଶା ସ୍ୱାଧୀନତା ସଂଗ୍ରାମୀ ଶହୀଦ ସ୍ମୃତି ସଂସଦ ର ରାଜ୍ୟ ଆବାହକ ପଣ୍ଡିତ ତ୍ରିଲୋଚନ ମିଶ୍ର,ସମ୍ମାନିତ ଅତିଥି ତଥା ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚ ର ରାଜ୍ୟ ସମ୍ପାଦକ ଡକ୍ଟର ଜଗବନ୍ଧୁ ଷଡ଼ଙ୍ଗୀ, ମୁଖ୍ୟ ବକ୍ତା କାକଟପୁର ବିଡ଼ିଓ ତୁଷାର ଜ୍ୟୋତିରଞ୍ଜନ,ପ୍ରାକ୍ଟନ ପ୍ରଶାସକ କୈଳାଶ ବରାଳ, ପୁରୀ ଜିଲ୍ଲା ଯୁବ ଅଧିକାରୀ ଜୟଶଙ୍କର ଯୋଶୀ ଓ ଜର୍ଣ୍ଣାଲିଜିମ ଆଣ୍ଡ ୟୁଥ ଡେଭଲପମେଣ୍ଟ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ମାନସ ସାମଲ ପ୍ରମୁଖ ଯୋଗ ଦେଇ ଯୁବ ସମାଜ କୁ ମାର୍ଗଦର୍ଶନ କରିଥିଲେ କ୍ଷ ଦେଶକୁ ଆଗକୁ ନେବାକୁ ହେଲେ ଯୁବଶକ୍ତି କୁ ପ୍ରଥମେ ଆତ୍ମନିର୍ଭର ହେବାକୁ ପଡିବ ବୋଲି ମୁଖ୍ୟ ବକ୍ତା ଶ୍ରୀ ଜ୍ୟୋତିରଞ୍ଜନ ପ୍ରକାଶ କରିଥିଲେ lଅବସରରେ କାକଟପୁର ମିଡ଼ିଆ ଫୋରମ ପକ୍ଷରୁ ଏକ ନାଗରିକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା

ସଭାରେ ଅସ୍ତରଙ୍ଗ, କାକଟପୁର, କୋଣାର୍କ, ଗୋପ, ନୟାହାଟ, ଚାରିଛକ, ନିମାପଡା ଓ ନିଆଳି ପ୍ରେସ କ୍ଳବ ର ବରିଷ୍ଠ ସଦସ୍ୟ ଓ ଯୁବ ସାମ୍ବାଦିକ ମାନେ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରୁଥିବା ବିଭିନ୍ନ ବର୍ଗ ଓ ସ୍ବେଛାସେବୀ ସଂଗଠନ ମାନଙ୍କୁ ମାନପତ୍ର ପ୍ରଦାନ ଓ ସମ୍ମାନିତ କରାଯାଇଥିଲା l

ଉଲ୍ଲେଖନୀୟସେବା କାର୍ଯ୍ୟ ପାଇଁ କଲରେଇ ଟ୍ରଷ୍ଟ ଓ ସେବା ସଂଗଠନ, କୋଣାର୍କ କୁ ସମ୍ବର୍ଦ୍ଧିତ କରାଯାଇଥିଲା ଲ୍ଲେଖନୀୟ କ୍ଷ ଶେଷରେ ଜୀବନ ଜ୍ୟୋତି ଯୁବକ ସଂଘ ର ସଭାପତି ମିଥୁନ କାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ l ​ଟ୍ରଷ୍ଟ ର ଉପ ସଭାପତି ବିନୋଦ ସେଠୀ, ରାଜେନ୍ଦ୍ର ମହାନ୍ତି, ମାନସ ସେଠୀ, ଅଜୟ ମହାରଣା ଉମାକାନ୍ତ ଭୋଇ, ମୃତ୍ୟୁଞ୍ଜୟ ମହାପାତ୍ର ପ୍ରକାଶ ବେହେରା, ଆର୍ଯ୍ୟ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

​ଋିପୋର୍ଟ ମୃତୁଞ୍ଜୟ ମହାପାତ୍ର ମେଟ୍ରୋ ଟିଭି