ଜଣେ ଯୁବତୀଙ୍କୁ ହତ୍ୟା କରି ଦୟାନଦୀରେ ଫିଙ୍ଗି ଦିଆଯାଇଛି। ତାଙ୍କର ହାତ ଗୋଡ଼ ବନ୍ଧା ଯାଇଛି। ଯୁବତୀଙ୍କ ପରିଚୟ ମିଳିପାରି ନାହିଁ। ବୁଧବାର ବିଳମ୍ବିତ ରାତିରେ ଏହି ଘଟଣା ଜଣାପଡିଛି। ଗଦିଶାଗଦା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଜଣେ ଯୁବତୀଙ୍କ ମୃତ ଦେହ ନୂଆଗାଁ ନିକଟ ଦୟାନଦୀରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ତାଙ୍କୁ ହତ୍ୟାକରି ଫିଙ୍ଗି ଦିଆ ଯାଇଥିବା ସନ୍ଦେହ କରାଯାଉଛି। ଯୁବତୀଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ଯୁବତୀଙ୍କ ବୟସ ୨୫ ରୁ ୩୦ ବର୍ଷ ମଧ୍ୟରେ ହେବ। ଏକ ଆଖା ଭିତରୁ ଯୁବତୀଙ୍କ ମୃତ ଦେହ ମିଳିଥିବା ସ୍ଥାନୀୟ ଅଧିବାସୀ କହିଛନ୍ତି। ଘନ ଅନ୍ଧକାର ଯୋଗୁ ତଦନ୍ତ ବାଧାପ୍ରାପ୍ତ ହୋଇଥିଲା। ଏହି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। କିଛି ବର୍ଷ ତଳେ ପୁରୀର ଜଣେ ମହିଳାଙ୍କୁ ହତ୍ୟା କରି ଦୟାନଦୀରେ ଫିଙ୍ଗି ଦିଆଯାଇ ଥିଲା। ମହିଳାଙ୍କ ଶବ ଚିହ୍ନଟ ପରେ ପୁଲିସ ତାଙ୍କ ସ୍ବାମୀଙ୍କ ସମେତ ୩ ଜଣଙ୍କୁ ଗିରଫ କରିଥିଲା। ତେଣୁ ବୁଧବାର ରାତିରେ ଆଉ ଜଣେ ଯୁବତୀଙ୍କ ମୃତ ଦେହ ଦୟାନଦୀ କୂଳରୁ ମିଳିବା ଘଟଣା ପୁଲିସ ପାଇଁ ଏକ ଚାଲେଞ୍ଜ ହୋଇଛି।
Trending
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
Prev Post