ରେକର୍ଡ କଲା ସନ୍ନିଙ୍କ ’ଗଦର-୨’

ସନ୍ନିଙ୍କ ଫିଲ୍ମଟି କେବଳ ୫୦୦ କୋଟି ଟଙ୍କାର ବେପାର କରିନାହିଁ। ବରଂ ବହୁ ଜଲ୍‌ଦି ୫୦୦ କୋଟି ଟଙ୍କା ଆୟ କରି ରେକର୍ଡ କରିଛି ମଧ୍ୟ।  ‘ଗଦର-୨’ ୩ଟି ସପ୍ତାହ ପାର୍‌ କରି ‌ଏବେ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ଚତୁର୍ଥ ସପ୍ତାହର ଆରମ୍ଭରୁ ଫିଲ୍ମଟି ଟାର୍ଗେଟ ପୂରା କରି ସାରିଲାଣି। ଯେତିକି ଟ‌ାର୍ଗେଟ ଥିଲା, ସେତିକିକୁ ଛୁଇଁସାରିଛି ‘ଗଦର-୨’। ଅମିଶା ପଟେଲ୍‌ ଓ ସନ୍ନି ଦେଓଲଙ୍କ ବହୁ ପ୍ରତୀକ୍ଷିତ ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ୫୦୦ କୋଟି ଟଙ୍କାର ବେପାର କରି ସାରିଲାଣି। ୫୦୦ କୋଟି ଟଙ୍କା ଆୟ କରିବାରେ ‘ଗଦର-୨’ ଦ୍ବିତୀୟ ହିନ୍ଦି ‌ସିନେମା ବନି ପାରିଛି। ଏହା ପୂର୍ବରୁ ଶାହରୁଖ ଖାନ୍‌ଙ୍କ ‘ପଠାନ’ ୫୦୦ କୋଟି ଟଙ୍କାର ବେପାର କରିଥିଲା।