କଟକ : ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ) ମୁଖ୍ୟ ଲିଖିତ ପରୀକ୍ଷା ସେପ୍ଟେମ୍ବର ୩ରୁ ଅନୁଷ୍ଠିତ ହେବ। ଚଳିତବର୍ଷ ୯୯୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ୨୮ରୁ ଓପିଏସ୍ସି ୱେବ୍ସାଇଟରେ ପ୍ରବେଶପତ୍ର ଡାଉନ୍ଲୋଡ କରିହେବ ବୋଲି ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ସେପ୍ଟେମ୍ବର ୩ରୁ ପରୀକ୍ଷା ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଦୁଇଟି ସିଟିଂରେ ପରୀକ୍ଷା ହେବ। ପ୍ରଥମ ସିଟିଂ ସକାଳ ୯.୩୦ ରୁ ମଧ୍ୟାହ୍ନ ୧୨ଟା ଓ ଦ୍ୱିତୀୟ ସିଟିଂ ଅପରାହ୍ଣ ୨ଟାରୁ ୪.୩୦ ପର୍ଯ୍ୟନ୍ତ ଚାଲିବ। ୩ରେ ବାଧ୍ୟତାମୂଳକ (କମ୍ପଲସରି) ବିଷୟ ଇଂରାଜୀ ଓ ପ୍ରୋସିଡ୍ୟୁରାଲ ଲ’ ପରୀକ୍ଷା ହେବ। ସେହିପରି ୪,୫ ଓ ୭ ତାରିଖ ଇଚ୍ଛାଧୀନ(ଅପ୍ସନାଲ) ବିଷୟଗୁଡିକ ପରୀକ୍ଷା ହେବ। ଓପିଏସ୍ସି ପକ୍ଷରୁ ଭୁବେନଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟରେ ୨ ଟି କେନ୍ଦ୍ର, କଟକରେ ସୁଧାନନ୍ଦ ଇଞ୍ଜିନିୟରିଂ କଲେଜ ଓ ସମ୍ବଲପୁରର ଧାନକୌଡା ସ୍ଥିତ ସେଣ୍ଟ ଜନ୍ସ୍ ସ୍କୁଲରେ ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ର କରାଯାଇଛି।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post