ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଲାଭ ମିଳୁଛି ସମସ୍ତଙ୍କୁ

ଭୁବନେଶ୍ବର: ଚିକିତ୍ସା ଜନିତ ଆର୍ଥିକ ଖର୍ଚ୍ଚ ସଞ୍ଚୟ କରି ରାଜ୍ୟବାସୀଙ୍କ ବହୁମୂଲ୍ୟ ଜୀବନ ସୁରକ୍ଷିତ କରୁଛି ବିଜୁ ସ୍ବାସ୍ତ୍ୟ କଲ୍ୟାଣ ଯୋଜନା। ଏହି ଯୋଜନାରେ ଖୋର୍ଦ୍ଧାର ନିରଞ୍ଜନ ବେହେରା ତାଙ୍କ ସ୍ତ୍ରୀଙ୍କର ଚିକିତ୍ସା ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ବିନାଖର୍ଚ୍ଚରେ କରାଇ ଉପକୃତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ବିକାଶ ହସପିଟାଲରେ ତାଙ୍କର ସ୍ତ୍ରୀଙ୍କର ଚିକିତ୍ସା ହୋଇଛି । ଯାହାକୁ ନେଇ ସେ ରାଜ୍ୟ ସରକାରଙ୍କର ଏହି ଯୋଜନାକୁ ବିଶେଷ ପ୍ରଶଂସା କରିଛନ୍ତି । କେବଳ ନିରଞ୍ଜନ ନୁହଁନ୍ତି ପ୍ରତିଦିନ ହଜାର ହଜାର ରୋଗୀ ଏହି ଯୋଜନାର ଲାଭ ପାଉଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛନ୍ତି ।

 

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଲାଭ ମିଳୁଛି ସମସ୍ତଙ୍କୁ । ରାଜ୍ୟ ସରକାରଙ୍କ ଏହି ଯୋଜନାରେ ଲକ୍ଷ ଲକ୍ଷ ଲୋକ ମାଗଣା ସ୍ବାସ୍ଥ୍ୟସେବାର ଲାଭ ପାଉଛନ୍ତି । ପ୍ରତି ଦିନ ହଜାର ହଜାର ରୋଗୀ ଏହା ଦ୍ବାରା ମାଗଣା ଚିକିତ୍ସା ହେଉଛନ୍ତି ।  ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ମନ୍ତ୍ରକୁ କାର୍ଯ୍ୟକାରୀ କରୁଛି ଏହି ଯୋଜନା ।  ବିଶେଷକରି ରାଜ୍ୟର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଲୋକମାନେ ଏହାର ବେଶି ଲାଭ ପାଉଛନ୍ତି । ଏହା ଦ୍ବାରା ତାଙ୍କର କଷ୍ଟ ଅର୍ଜିତ ଧନ ସଂଚୟ ହେଉଛି ।  ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସମ୍ପର୍କରେ ଏବେ  ସଚେତନତା ବୃଦ୍ଧି ପାଇଛି ।  ଜିଲ୍ଲା, ପଞ୍ଚାୟତ, ବ୍ଲକ ଏବଂ ୱାର୍ଡସ୍ତରରେ ଗରିବ ଲୋକମାନେ ଭଲ ଭଲ ମେଡିକାଲରେ ଚିକିତ୍ସା ହେଉଛନ୍ତି ।  ୩୦ଜିଲ୍ଲାର ପ୍ରତି ଗ୍ରାମ ପଞ୍ଚାୟତର ଲୋକମାନେ ଏବେ ଏହି ଯୋଜନାର ଲାଭ ପାଉଛନ୍ତି । ସହରାଞ୍ଚଳର ୱାର୍ଡରେ ବାସକରୁଥିବା ଗରିବ ଲୋକମାନେ ମଧ୍ୟ ଏହି ଯୋଜନାର ଲାଭ ପାଉଛନ୍ତି ।  ନିଜ ଗାଁ, ସହର ତଥା ପରିବାରର ସ୍ୱାସ୍ଥ୍ୟ ରକ୍ଷା ପାଇଁ ଲୋକମାନେ ଏହି ଯୋଜନାର ଲାଭ ନେଇ ଆଲୋଚନା ମଧ୍ୟ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପାଇଲଟ୍‍ ପ୍ରକଳ୍ପ ଏବେ ସମସ୍ତଙ୍କ ହାତ ପାହାନ୍ତାରେ ପହଁଚିଛି ।  ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସଚେତନତା ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞାପନ ଦିଆଯାଉଛି । ସୋସିଆଲ ମିଡିଆରେ ମୁଖ୍ୟମମନ୍ତ୍ରୀ ପ୍ରତିଦିନ ଏହି ଯୋଜନାର ଲାଭ ପାଉଥିବା ଲୋକଙ୍କ ବିଷୟରେ ପୋଷ୍ଟ କରୁଛନ୍ତି ।