ମୁମ୍ବାଇ- ବାଙ୍ଗାଲୁରୁ ଉଦୟନ ଏକ୍ସପ୍ରେସରେ ଲାଗିଲା ନିଆଁ: ବଡ଼ ଧରଣର ଦୁର୍ଘଟଣାରୁ ରକ୍ଷାପାଇଲେ ଯାତ୍ରୀ
ପୁଣି ଏକ ବଡ଼ ଧରଣର ଟ୍ରେନ ଦୁର୍ଘଟଣାରୁ ରକ୍ଷାପାଇଛନ୍ତି ଯାତ୍ରୀ । ମୁମ୍ବାଇ- ବାଙ୍ଗାଲୁରୁ ଉଦୟନ ଏକ୍ସପ୍ରେସରେ ନିଆଁ ଲାଗିଥିବା ବେଳେ ସୁରକ୍ଷାବାହିନୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ସକାଳେ ବାଙ୍ଗାଲୁରୁର କାନ୍ତିବୀର ସଙ୍ଗୋଲି ଷ୍ଟେସନରେ ପହଞ୍ଚିବା ପରେ ଦୁଇଟି ବଗିରେ ହଠାତ୍ ନିଆଁ ଲାଗି ଯାଇଥିଲା । ପରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଟ୍ରେନରେ ନିଆଁ ଲାଗିବା ବେଳେ ସେଥିରେ କୌଣସି ଯାତ୍ରୀ ନଥିଲେ । ସମସ୍ତ ଯାତ୍ରୀ ଓହ୍ଲାଇବାର ପ୍ରାୟ ୨ ଘଣ୍ଟା ପରେ ନିଆଁ ଲାଗିଥିବାରୁ ଏକ ବଡ ଅଘଟଣକୁ ଏଡାଇ ଦିଆଯାଇଛି। ତେବେ କେଉଁ କାରଣରୁ ଟ୍ରେନରେ ନିଆଁ ଲାଗିଲା ସେ ସମ୍ପର୍କରେ ରେଳବାଇ ପକ୍ଷରୁ କିଛି କୁହାଯାଇନାହିଁ ।