ବଲାଙ୍ଗୀର: ବଲାଙ୍ଗୀର ନୂଆଁଖାଇ ପାଇଁ ବାହାରିଲା ଲଗ୍ନ । ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀରେ ଇଷ୍ଟଦେବୀଙ୍କ ନିକଟରେ ଲାଗିହେବ ନବାନ୍ନ । ଆସନ୍ତା ସେପ୍ଟେମ୍ବର ୨୦ ବୁଧବାର ସକାଳ ୧୦ଟା ୨୮ରୁ ୧୦ଟା ୪୧ ମଧ୍ୟରେ ଇଷ୍ଟଦେବୀ ପାଟଣେଶ୍ୱରୀ ଓ ସମଲେଶ୍ବରୀଙ୍କୁ ପରମ୍ପରା ଅନୁଯାୟୀ ନୂଆଲାଗି ହେବ । ପାଟଣା ଷ୍ଟେଟ ହାଉସ୍ ହୋଲଡ଼ ଅଫିସରୁ ବାହାରିଲା ଲଗ୍ନ । ବଲାଙ୍ଗୀର ରାଜ ପୁରୋହିତ ସନ୍ତୋଷ ଦାସ ଏନେଇ ସୂଚନା ଦେଇଛନ୍ତି । ନୂଆଖାଇ ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ ଭାବେ ଧୂମଧାମରେ ପାଳନ କରାଯାଏ । ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ ବା ଗଣେଶ ଚତୁର୍ଥୀର ପରଦିନ ପାଳିତ ହୋଇଥାଏ । ଏହି ଦିନ ପ୍ରତି ଗ୍ରାମର ପରିବାରମାନେ ନିଜ ନିଜ ଘରେ ଅକାଣ୍ଡିଆ ଚାଉଳର କ୍ଷୀରି ରାନ୍ଧିବା ସହ ଗ୍ରାମରେ ସାମୁହିକ ଭାବେ ମଧ୍ୟ ରାନ୍ଧିଥାନ୍ତି । ଏହି କ୍ଷୀରି “ନବାନ୍ନ” ବା “ନବାର୍ଣ୍ଣ” ନାମରେ ଜଣା । ଗ୍ରାମର ଦେହୁରୀ ସେହି ନବାନ୍ନକୁ ପୂର୍ବଜମାନଙ୍କୁ ଅର୍ପଣ କରିଥାନ୍ତି ଆଉ ଭୋଗ ରୂପେ ସମସ୍ତଙ୍କୁ ବାଣ୍ଟିଥାନ୍ତି ।
Trending
- ଆସନ୍ତାକାଲି ଶ୍ରୀମନ୍ଦିରକୁ ବାହୁଡ଼ିବେ ଶ୍ରୀଜିଉ,ଆଜି ନବମୀ ତିଥିରେ ସନ୍ଧ୍ୟା ଦର୍ଶନ କରିବେ ଭକ୍ତ
- ଛାତ୍ରଙ୍କ ସମର୍ଥନରେ ବାହାରିଲେ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ,ମହାତ୍ମା ଗାନ୍ଧିଙ୍କ ପ୍ରତିମା ନିକଟରେ ୨ ଘଣ୍ଟା ମୌନ ବ୍ରତ କରିଛନ୍ତି ଆନ୍ନା
- ବିଲକୁ ଓଲଟିଲା ଘରୋଇ ବସ୍,୪୦ ଆହତ
- ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ଗେଟ୍,ବର୍ତ୍ତମାନ ୧୬ ଟି ଗେଟ୍ ଦେଇ ପାଣି ନିଷ୍କାସିତ
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ