ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ସରିଲା ଫୁଲ୍ ଡ୍ରେସ ରିହର୍ସାଲ
ଭୁବନେଶ୍ବର: ସ୍ୱାଧୀନତା ଦିବସ ପାଇଁ ସରିଲା ପରେଡ୍ ରିହର୍ସାଲ । ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ସରିଲା ଫୁଲ୍ ଡ୍ରେସ ରିହର୍ସାଲ । ପରେଡ୍ ରିହର୍ସାଲରେ ପୋଲିସ ଡିଜି ସୁନୀଲ ବଂଶଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୋଲିସ କମିଶନର ଓ ଡେପୁଟି ପୋଲିସ କମିଶନର ପ୍ରମୁଖ ସାମିଲ ହୋଇଥିଲେ । ପରେଡ୍ ରିହର୍ସାଲରେ ୪ଟି କଣ୍ଟିଜେଣ୍ଟ ସହ ପୋଲିସ ବ୍ୟାଣ୍ଡ ସାମିଲ ହୋଇଥିଲେ । ପରେଡକୁ କମାଣ୍ଡ କରିବେ ଆଇପିଏସ ଅଙ୍କିତ କୁମାର ବର୍ମା ।