ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ପ୍ରତି ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖକୁ ‘ବିଶ୍ବ ହସ୍ତୀ ଦିବସ ଭାବେ’ ପାଳନ କରାଯାଉଛି। ଏହିଦିନ ହାତୀଙ୍କ ସୁରକ୍ଷା ଲାଗି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଏ। ୨୦୧୨ରୁ ଏହି ଦିବସ ପାଳନ ଆରମ୍ଭ ହୋଇଛି। ରିପୋର୍ଟ ଅନୁସାରେ ୪,୪୦,୦୦୦ ହାତୀ ଜୀବିତ ଅଛନ୍ତି । ତେବେ ଶିକାରୀମାନେ ପ୍ରତିବର୍ଷ ୧୫ ହଜାର ହାତୀଙ୍କୁ ମାରି ଦେଉଥିବାରୁ ଏହା ଚିନ୍ତାର କାରଣ ହୋଇଛି । ଏଭଳି ସ୍ଥିତିରେ ଯଦି ହାତୀଙ୍କ ସୁରକ୍ଷା କରା ନ ଯିବ, ଆଗାମୀ ଦିନରେ ସେମାନଙ୍କ ସଂଖ୍ୟା ବିଲୁପ୍ତ ହେବା ଆଶଙ୍କା ରହିଛି । ହାତୀବଂଶ ପ୍ରତି ବିପଦ ସାଜିଛି ଅବୈଧ ଶିକାର, ଜଙ୍ଗଲ ସମ୍ପଦ ନଷ୍ଟ ଏବଂ ହାତୀ ମଣିଷ ବିବାଦ। ଏହା ବାଦ୍ ବିଦ୍ୟୁତ୍ ଆଘାତ ତଥା ଟ୍ରେନ୍ ଦୁର୍ଘଟଣା ଯୋଗୁଁ ମଧ୍ୟ ଅନେକ ହାତୀ ପ୍ରାଣ ହରାଉଛନ୍ତି। ଏଣୁ ହାତୀଙ୍କ ସୁରକ୍ଷା ଓ ସଂରକ୍ଷଣ ପ୍ରତି ସମସ୍ତଙ୍କୁ ଯତ୍ନବାନ ହେବା ଆବଶ୍ୟକ। ଓଡ଼ିଶାରେ ଏହାର ବାସ୍ତବତାକୁ ନେଇ ବଡ଼ ପ୍ରଶ୍ନ ଉଠିଛି। ବର୍ଷ ବର୍ଷ ଧରି ହାତୀ-ମଣିଷ ଲଢ଼େଇ ଜାରି ରହିଥିବାବେଳେ କେତେବେଳେ ହାତୀ ତ ପୁଣି କେବେ ମଣିଷର ଜୀବନ ଯାଉଛି। ସେହିଭଳି ଟ୍ରେନ୍ ଧକ୍କା, ବିଦ୍ୟୁତ୍ ଆଘାତରେ ବହୁ ହାତୀଙ୍କ ମୃତ୍ୟୁ ଘଟିଥିବା ନଜିର ରହିଛି। ରାଜ୍ୟରେ ହାତୀ ଶିକାର ମଧ୍ୟ ବଢ଼ି ଚାଲିଛି। ପ୍ରାକୃତିକ ବାସସ୍ଥଳ ଅଭାବ ହାତୀବଂଶ ପାଇଁ ବିପଦ ସାଜିଛି। ରାଜ୍ୟରେ ହାତୀ ବଂଶ ବୃଦ୍ଧି ପାଉଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟାକୁ ନେଇ ପରିବେଶବିତ୍ମାନେ ଉଦ୍ବେଗ ପ୍ରକାଶ କରିଛନ୍ତି। ୨୦୧୨ ଗଣନାରେ ହାତୀ ସଂଖ୍ୟା ୧୯୩୦ ଥିବାବେଳେ ୨୦୧୫ରେ ୧୯୫୪ ଓ ୨୦୧୭ରେ ଏହା ବୃଦ୍ଧି ପାଇ ୧୯୭୬ରେ ହୋଇଛି । ଗତ ୮ବର୍ଷରେ ରାଜ୍ୟରେ ମୋଟ ୫୪୮ହାତୀ ମରିଛନ୍ତି।
Trending
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
- ବିହାରର ପୂର୍ଣ୍ଣିଆରେ ୪୦,୦୦୦ କୋଟିର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
Prev Post
Next Post