ସୀମାଙ୍କୁ ବଲିଉଡ୍ ରୁ ଆସିଛି ଅଫର୍

ନୂଆଦିଲ୍ଲୀ: ସିନେମାରେ ଅଭିନୟ ପାଇଁ ଏବେ ଅଫର ଆସିଛି ସୀମାଙ୍କୁ । ପ୍ରେମ, ବିବାହ ଏବଂ ଗୁପ୍ତଚର ବିବାଦରେ ଥିବା ସୀମା ହୈଦର ଆଗାମୀ ଚଳଚ୍ଚିତ୍ର ‘ଏ ଟେଲର୍ ମର୍ଡର ଷ୍ଟୋରୀ’ ପାଇଁ ତାଙ୍କ ଅଡ଼ିସନ୍ ନିଆଯାଇଛି। ଜାନି ଫାୟାରଫକ୍ସ ପ୍ରଡକ୍ସନ୍ ହାଉସ୍ ଦିଲ୍ଲୀ ଗ୍ରେଟର ନୋଏଡାରେ ସୀମା ହୈଦରଙ୍କୁ ଭେଟିଛି। ପ୍ରେମ ପାଇଁ ସୀମା ଲଙ୍ଘି ଭାରତ ଆସିଥିବା ପାକିସ୍ତାନ ମହିଳାଙ୍କୁ ନେଇ ସୋସିଆଲ ମିଡିଆ ଭାଗ ହୋଇଛି ।  ବେଆଇନ ଭାବେ ଭାରତ ଆସିଥିବାରୁ ତାଙ୍କୁ ଅନେକ ଆଇନଗତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ ।  ସୀମାଙ୍କୁ ବଲିଉଡ୍ ବ୍ରେକ୍ ପାଇଁ ଆସିଛି ଅଫର୍। ଏଥିପାଇଁ ନିର୍ଦ୍ଦେଶକ ଅଡ଼ିସନ୍ ମଧ୍ୟ ନେଇ ସାରିଥିବା କୁହାଯାଉଛି।