ଦକ୍ଷତା ଥିବା କର୍ମଚାରୀଙ୍କ ପାଇଁ ମୋଟା ଅଙ୍କର ଦରମା ପାଇବା ସୁଯୋଗ

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଦକ୍ଷତା ଥିବା କର୍ମଚାରୀଙ୍କ ପାଇଁ ମୋଟା ଅଙ୍କର ଦରମା ପାଇବା ସୁଯୋଗ ରହିଛି। ବିଶ୍ବର ଅଗ୍ରଣୀ ଓଟିଟି ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସରେ ଏଆଇ ପ୍ରଡକ୍ଟ ମ୍ୟାନେଜର ପଦ ସୃଷ୍ଟି ହୋଇଛି। ସେଥିପାଇଁ ବାର୍ଷିକ ଦରମା ପ୍ରାୟ ସାଢ଼େ ସାତ କୋଟି ଟଙ୍କା ରହିଛି।କଂପାନିର ମେସିନ ଲର୍ଣ୍ଣିଂ ବିଭାଗରେ ଏହି ପଦ ସୃଷ୍ଟି ହୋଇଛି। ‌ଯେକୌଣସି ସ୍ଥାନରେ ରହି ଲୋକମାନେ ଏହି ପଦରେ କାମ କରିପାରିବେ। ଏହି ପଦରେ କାର୍ଯ୍ୟ କରିବା ଲାଗି ବାର୍ଷିକ ବେତନ ୩-୯ ଲକ୍ଷ ଡଲାର ମଧ୍ୟରେ ରହିବ।