ଆଜି ସଂସଦରେ ଆର୍ଥିକ ରିପୋର୍ଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଆଜି ସଂସଦରେ ଆର୍ଥିକ ରିପୋର୍ଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

image credit-HLIVE

ମେଟ୍ରୋ ଟିଭି ଓଡ଼ିଶା,୩୧/୧: ସଂସଦର ବଜେଟ୍‌ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଯାଇଛି । ବର୍ଷର ପ୍ରଥମ ଅଧିବେଶନ ହୋଇଥିବାରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ସହ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ସଦନର ସଂଯୁକ୍ତ ବୈଠକକୁ ସମ୍ୱୋଧନ କରିଥିଲେ । ଏହାପରେ ସଂସଦରେ ବର୍ଷ ୨୦୨୧-୨୦୨୨ର ଆର୍ଥିକ ସର୍ବେକ୍ଷଣ ଉପସ୍ଥାପନ କରାଯାଇଥିଲା । ଗୃହ ଆରମ୍ଭରୁ ଭାରତରେ ଗୁପ୍ତଚର ସଫ୍ଚୱେୟାର ପେଗାସସ୍‌କୁ ନେଇ ହୋଇଥିବା ବିବାଦ ଏବଂ ଆମେରିକାର ଖବରକାଗଜ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶ ପାଇଥିବା ତଥ୍ୟକୁ ଭିତ୍ତି କରି ସଂସଦ ଗରମ ରହିଥିଲା । ବିପକ୍ଷ ଦଳ ଏହାକୁ ନେଇ ତୀବ୍ର ବିରୋଧ କରିଥିଲେ ।

ପରେ ସଂସଦରେ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଥିରେ କୁହାଯାଇଥିଲା ଯେ ମାଇକ୍ରୋ ଇକୋନୋମିକ୍‌ ଇଣ୍ଡିକେଟର୍ସରୁ ସଙ୍କେତ ମିଳୁଛି ଯେ ଭାରତର ଅର୍ଥନୈତିକ ବର୍ଷ ୨୦୨୨-୨୩, ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ଦୃଢ଼ ସ୍ଥିତିରେ ରହିଛି । ଇକୋନୋମିକ୍‌ ସର୍ଭେରେ କୁହାଯାଇଛି ଯେ ୨୦୨୧-୨୨ରେ କୃଷି କ୍ଷେତ୍ରରେ ଅଭିବୃଦ୍ଧି ୩.୯ ପ୍ରତିଶତ ରହିବ । ଏହାର ପୂର୍ବ ବର୍ଷ ଏହି କ୍ଷେତ୍ରରେ ୩.୬ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରାଯାଇଥିଲା । ସର୍ଭେ ଅନୁସାରେ ଆର୍ଥିକ ବର୍ଷ ୨୦୨୧-୨୨ରେ ଇଣ୍ଡଷ୍ଟ୍ରିଆଲ୍‌ ସେକ୍ଟରରେ ୧୧.୮ ପ୍ରତିଶତ ଅଭିବୃଦ୍ଧି ରହିବ । ସର୍ଭିସ୍‌ ସେକ୍ଟରରେ ଅଭିବୃଦ୍ଧି ୮.୨ ପ୍ରତିଶତ ରହିବା ନେଇ ଅନୁମାନ କରାଯାଉଛି । ଆର୍ଥିକ ସର୍ବେକ୍ଷଣ ଉପସ୍ଥାପନ ହେବା ପରେ ଲୋକସଭାକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି ।