ଜାତୀୟ ଶିକ୍ଷା ନୀତି ୨୦୨୦କୁ ଲାଗୁ କରିବା ଲାଗି ଜୋରଦାର ପ୍ରୟାସ
ନୂଆଦିଲ୍ଲୀ:ଜାତୀୟ ଶିକ୍ଷା ନୀତି ୨୦୨୦କୁ ଏବେ ଲାଗୁ କରିବା ଲାଗି ଜୋରଦାର ପ୍ରୟାସ ଚାଲିଛି । ଫଳରେ ଅଲଗା ଅଲଗା ନିୟମ ଆଧାରରେ ପରିଚାଳିତ ହେଉଥିବା ଉଚ୍ଚଶିକ୍ଷା ବିଭାଗକୁ ଏବେ ଗୋଟିଏ ନିୟାମକ ଆଧାରରେ ପରିଚାଳିତ କରାଯିବ । ଚଳିତ ମୌସୁମୀ ଅଧିବେଶନରେ ଏହି ପ୍ରସ୍ତାବିତ ଯୋଜନା ସଂପର୍କରେ ବିଲ୍ ସଂସଦରେ ଉପସ୍ଥାପିତ ହେବ । ଏହି କ୍ରମରେ ଉଚ୍ଚଶିକ୍ଷା କିପରି ଭାବରେ ନିୟନ୍ତ୍ରଣ ହେବ ଆସନ୍ତୁ ଜାଣିନେବା ।ଭାରତୀୟ ଉଚ୍ଚଶିକ୍ଷା ଆୟୋଗର ଗଠନ ଲାଗି ପ୍ରସ୍ତୁତି ନୂଆ ରାଷ୍ଟ୍ରୀୟ ଶିକ୍ଷାନୀତି ଆସିବା ପରଠାରୁ ହିଁ ଆରମ୍ଭ ହୋଇଯାଇଛି । ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ନେଇ ଏକ ପ୍ରସ୍ତୁତି ବି କରାଯାଇଥିଲା । ଏବେ ଏହାକୁ ଅନ୍ତିମ ରୂପ ଦିଆଯାଉଛି । କୁହାଯାଉଛି ଚଳିତ ମୌସୁମୀ ଅଧିବେଶନରେ ଏହି ସଂପର୍କିତ ବିଲ୍ ଉପସ୍ଥାପନ କରାଯିବ ।