ଭଦ୍ରକ : ଧାମନଗରରେ ଆଗାମୀ ନିର୍ବାଚନରେ କିଏ ବାଜି ମାରିବ । ଏଠୁ ବିଜେପିକୁ ହରାଇବା ପାଇଁ ବିଜେଡି ରଣନୀତି ଆରମ୍ଭ କରିଛି । ୨୦୨୪ ସାଧାରଣ ନିର୍ବାଚନକୁ ସାମ୍ନା କରିବା ପାଇଁ ବିଜେଡି ପାଗ ଭିଡ଼ିଲାଣି। ରାଜ୍ୟ ସରକାରଙ୍କର ୫-ଟି ସଚିବ ମଧ୍ୟ ନିଜେ ଜିଲ୍ଲାର ୪ଟି ବ୍ଲକ୍ ବୁଲି ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। ଭଦ୍ରକ ଜିଲ୍ଲାରେ ୫ ନିର୍ବାଚନମଣ୍ଡଳୀ ମଧ୍ୟରୁ ଧାମନଗର ବିଧାନସଭା ଆସନରେ ବିଜେଡିର ସ୍ଥିତି ଦୁର୍ବଳ ରହିଥିବା ବେଳେ ଏଠାରେ ଉପନିର୍ବାଚନରେ ବିଜେପି ବିଜୟୀ ହୋଇଥିଲା। ବିଜେପି ବିଧାୟକ ସୂରଜ ସୂର୍ଯ୍ୟବଂଶୀ ବିଧାୟକ ହୋଇ ନିଜର ସ୍ଥିତି ସୁଦୃଢ କରିବାରେ ଲାଗିଥିବା ବେଳେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ଏଠାରେ କାହାକୁ ପ୍ରାର୍ଥୀ କରି ଏଥର ନିର୍ବାଚନ ବୈତରଣୀ ପାର ହେବ ତାକୁ ନେଇ ଚାଲିଛି ମାନସ ମନ୍ଥନ।ଧାମନଗର ବିଜେଡିରେ ଗୋଷ୍ଠୀକନ୍ଦଳ ଯୋଗୁ କ୍ରମାଗତ ଭାବେ ଏହି ଆସନ ବିଜେଡିର ହାତଛଡ଼ା ହୋଇଆସୁଛି। ୨୦୧୯ ନିର୍ବାଚନରେ ବିଜେପି ନେତା ସ୍ବର୍ଗତ ବିଷ୍ଣୁଚରଣ ସେଠୀ ଏଠାରୁ ବିଧାୟକ ଭାବରେ ବିଜୟୀ ହୋଇଥିଲେ। ବିଷ୍ଣୁଙ୍କ ବିୟୋଗ ପରେ ୨୦୨୨ ଉପନିର୍ବାଚନରେ ବିଜେଡି ମହିଳା କାର୍ଡ ଖେଳି ନୂଆମୁହଁକୁ ସ୍ଥାନ ଦେଇ ତିହିଡ଼ି ବ୍ଲକ୍ ଅଧ୍ୟକ୍ଷା ଅବନ୍ତୀ ଦାସଙ୍କୁ ଦଳୀୟ ପ୍ରାର୍ଥୀ କରିଥିଲା। ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ରାଜେନ୍ଦ୍ର ଦାସ ନିର୍ବାଚନରେ ଅବତୀର୍ଣ୍ଣ ହେବା ପରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜୟୀ ହୋଇଥିଲେ। ବାପାଙ୍କ ଆସନ ସୁରକ୍ଷିତ ରଖିବାରେ ସୂରଜ ସମର୍ଥ ହୋଇଥିବା ବେଳେ ଉପନିର୍ବାଚନରେ ବିଜେଡିକୁ ଝଟ୍କା ଲାଗିଥିଲା।
Trending
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
Prev Post