ଭୁବନେଶ୍ୱର: କେନ୍ଦ୍ରୀୟ ସୁରକ୍ଷା ତାଲିକାରେ ଓଡ଼ିଶାର କେତେ ଐତିହ୍ୟ ରହିଛି ? ଏହି ଐତିହ୍ୟସ୍ଥଳରୁ ବାର୍ଷିକ କେତେ ରାଜସ୍ବ ସଂଗ୍ରହ ହେଉଛି ? ଐତିହ୍ୟ ସୁରକ୍ଷା ବାବଦରେ କେତେ ରାଜସ୍ବ ବିନିଯୋଗ ହୋଇଛି ? ଏଭଳି ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ, ସୁଲତା ଦେଓ ଓ ପ୍ରଶାନ୍ତ ନନ୍ଦ । ଯାହାର ଉତ୍ତର ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡୀ । କେନ୍ଦ୍ରୀୟ ସୁରକ୍ଷା ତାଲିକାରେ ଓଡ଼ିଶାର ୮୦ଟି ଐତିହ୍ୟସ୍ଥଳ ରହିଛି । ୨୦୨୧-୨୨ରେ ୩ କୋଟି ୩୪ ଲକ୍ଷ ଟଙ୍କାର ରାଜସ୍ବ ସଂଗ୍ରହ ହୋଇଥିଲା । ୨୦୨୨-୨୩ରେ ୧୧ କୋଟି ୫୬ ଲକ୍ଷ ଟଙ୍କାର ରାଜସ୍ବ ସଂଗ୍ରହ ହୋଇଛି । ସଂଗୃହୀତ ରାଜସ୍ବ କନସୋଲିଡେଟେଡ୍ ଫଣ୍ଡରେ ଜମା ହୋଇଛି ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ।
Trending
- ବିଜେଡି ନେତା ଦିଲ୍ଲୀପ ନାୟକଙ୍କୁ କାହିଁକି ଉଠାଇ ନେଲା EOW !
- ବିଦ୍ୟାଳୟରେ ଭଗବତ ଗୀତା ପାଠ କରିବେ ଛାତ୍ରଛାତ୍ରୀ
- ମାତ୍ର ୪ ମିନିଟ ଚାଲିବା ପରେ ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି
- ରାହୁଲ ଦେଶରେ ନିଆଁ ଲଗାଇବାକୁ ଚାହୁଁଛନ୍ତି : ବିଜେପି
- ଶୁଭମିତ୍ରା ହତ୍ୟାକାରୀ ଦୀପକଙ୍କ ଗୁମର ଫିଟୁଛି
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
Prev Post
Next Post