କୁଆଖାଇ ନଦୀରେ ଅଘଟଣ, ମିଳିଲା ଅନ୍ୟ ୨ ନିଖୋଜ ଛାତ୍ରଙ୍କ ମୃତଦେହ

ବାଲିଅନ୍ତା ଥାନା ଧବଳାହାର ନିକଟ କୁଆଖାଇ ନଦୀରେ ବୁଡ଼ି ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟର ୪ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି । ୪ ମୃତକ ହେଲେ କଟକ ବାଲିକୁଦାର ପ୍ରତୀକ ଧଳସାମନ୍ତ, ବାଲେଶ୍ବରର ରୋହିତ ପରିଡ଼ା, ଜାମସେଦପୁରର ଆରୟାନ ଓ କଟକର କୁମାର ଅବିନାଶ । ଗତକାଲି ଆରୟନ ଓ ଅବିନାଶଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଖୋଜଙ୍କୁ ଖୋଜାଖୋଜି କରିଥିଲା ଅଗ୍ନିଶମ ବାହିନୀ ଓ ପୋଲିସ । କିନ୍ତୁ ଆଉ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିଯାଇପାରିନଥିଲା । ସେଥିପାଇଁ ଆଜି ସକାଳୁ ପୁଣି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଗତକାଲି ଆସ୍ଥା ସ୍କୁଲ ଅଫ୍ ବିଜନେସ୍ ମ୍ୟାନେଜମେଣ୍ଟ କଲେଜରୁ ୯ ଜଣ ଛାତ୍ର ଭୋଜି କରି ଆସି କୁଆଖାଇରେ ଗାଧୋଇବା ବେଳେ ୪ ଜଣ ବୁଡ଼ିଯାଇଥିଲେ ।