ଭାରତରେ ପୁଣି ଏକ ନୂତନ ସ୍ପେସପୋର୍ଟ କାହିଁକି ?

ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟାଠାରେ ଦୁଇଟି ଲଞ୍ଚ ପ୍ୟାଡ୍ ସହିତ ଗୋଟିଏ ସ୍ପେସପୋର୍ଟ ରହିଛି ।  ଶ୍ରୀହାରିକୋଟାରେ ସ୍ପେସପୋର୍ଟ 1970 ଦଶକରୁ ଆରମ୍ଭ ହୋଇଛି ।  1993 ପରଠାରୁ, ଏଠାରୁ PSLV ର ଉତକ୍ଷେପଣ ଏବଂ ତା’ପରେ GSLV ଏବଂ GSLV Mk3 ରକେଟ୍ ମଧ୍ୟ ମହାକାଶକୁ ଉତକ୍ଷେପଣ କରୁଛି ।  ଶ୍ରୀହରିକୋଟାରେ ରକେଟ ପ୍ରେରଣ ପାଇଁ ବିଭିନ୍ନ ସୁବିଧା ଥିବାରୁ ସେଠାରେ ପ୍ରଥମେ ସ୍ପେସପୋର୍ଟ କରାଯାଇଥିଲା ।  ପୂର୍ବ ତଟରେ ଏବଂ ଇକ୍ୟୁଏଟରର ନିକଟବର୍ତ୍ତୀ ସ୍ଥାନ ହୋଇଥିବାରୁ ଏଠାରେ କରାଯାଇଥିଲା ସ୍ପେସପୋର୍ଟ । ସାଧାରଣତ ମହାକାଶକୁ ପଠାଯାଉଥିବା ରକେଟ୍ ପୃଥିବୀର ପଶ୍ଚିମରୁ ପୂର୍ବ ଘୂର୍ଣ୍ଣନର ଅତିରିକ୍ତ ବେଗକୁ ନେଇ ଗତି କରିଥାଏ ।  ଏହି ଘୂର୍ଣ୍ଣନର ପ୍ରଭାବ ରକେଟ ଉପରେ ପଡୁଥିବାରୁ ଏବଂ ଏହି ସ୍ଥାନ ଇକ୍ୟୁଏଟରର ନିକଟତମ ରହିଥିବାରୁ ରକେଟର ଉତକ୍ଷେପଣ ଗତିକୁ ସହଜ ସୁବିଧା ହୋଇଥାଏ  । ସାଧାରଣତ ସମୁଦ୍ର ନିକଟରେ ଅବସ୍ଥିତ ଶ୍ରୀହରିକୋଟା ଠାରୁ ଆରମ୍ଭ ହୋଇଥିବା ରକେଟ୍ ସମୁଦ୍ର ଆଡକୁ ଉଡ଼ି ଅରବିଟର ପୂର୍ବ ଦିଗକୁ ଗତି କରିଥାଏ । ତେବେ ରକେଟ ପ୍ରେରଣ ବେଳେ କିଛି ଯଦି  ଦୁର୍ଘଟଣା ଘଟେ  ଏହାର ଆବର୍ଜନା ସମୁଦ୍ର ଉପରେ ପଡ଼ିବ, ଯାହାଦ୍ୱାରା କୈାଣସି ବଡ଼ ବିପଦରୁ ରକ୍ଷା ପାଇବ  । ସେଥିପାଇଁ ସମୁଦ୍ରଠାରୁ ନିକଟବର୍ତ୍ତି ସ୍ଥାନରେ ରକେଟ ସ୍ପେସପୋର୍ଟ କରାଯାଇଥାଏ ।

ଭାରୀ ରକେଟ୍ ଉତକ୍ଷେପଣ ପାଇଁ ଶ୍ରୀହାରିକୋଟା ଭଲ ସ୍ଥାନ ।  ତେବେ ଛୋଟ ରକେଟ୍ ଉତକ୍ଷେପଣ କରିବା ସମୟରେ ଶ୍ରୀହରିକୋଟାରୁ ମହାକାଶ ପଠାଇବା ଦୂର ହେଉଛି । ଯାହାଦ୍ବାରା ଇନ୍ଧନ ବି ଅଧିକା ସରୁଛି । ଇସ୍ରୋ ର ଆଗାମୀ କ୍ଷୁଦ୍ର ସାଟେଲାଇଟ୍ ଲଞ୍ଚ ଯାନ, ଯାହା 500 କିଲୋଗ୍ରାମ ଉପଗ୍ରହ ଉତକ୍ଷେପଣ ପାଇଁ ଉଦ୍ଦିଷ୍ଟ ରହିଛି ।  ଶ୍ରୀହରିକୋଟା ରୁ ଯେତେବେଳେ ପୋଲାର କକ୍ଷପଥରେ ରକେଟ୍ ଉତକ୍ଷେପଣ କରାଯାଏ ବା ପୃଥିବୀ ଉପରେ ବୁଲାଇଥାଏ ।  ଶ୍ରୀହରିକୋଟା ଠାରୁ ଦକ୍ଷିଣ ପୋଲ ଆଡକୁ ଏକ ରକେଟ୍ ଯାତ୍ରା କରୁଥିବାବେଳେ ଏହି ରକେଟକୁ ଶ୍ରୀଲଙ୍କାର ଦ୍ୱୀପପୁଞ୍ଜ ଦେଶକୁ ଅତିକ୍ରମ କରିବାକୁ ପଡୁଛି । ରକେଟ ଉତକ୍ଷେପଣ ବେଳେ ଗୋଟିଏ ଜନବହୁଳ ଦେଶକୁ ଅତିକ୍ରମ କରିବାର ବଡ଼ ବିପଦ ରହିଛି । ତେଣୁ ଭାରତର ଛୋଟ ରକେଟଗୁଡିକ ଶ୍ରୀଲଙ୍କା ଉପର ଦେଇ ଯିବାକୁ  ଏଡାଇବା ପାଇଁ ଏକ ନୂଆ ସ୍ପେସପୋର୍ଟ ତିଆର କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

ସାଧାରଣତ ରକେଟ ପୃଥିବୀ ଉପରେ ସିଧା ଲାଇନରେ ଗତି କରିବା ପରିବର୍ତ୍ତେ, ରକେଟ୍ ଏକ ବକ୍ର ପଥରେ ଗତି କରିଥାଏ । ତେଣୁ ରକେଟକୁ ଯଥେଷ୍ଟ ପରିମାଣର ଇନ୍ଧନ ଖର୍ଚ କରିବାକୁ ପଡ଼ିଥାଏ । ତେଣୁ ତାମିଲନାଡୁରୁ ଛୋଟ ରକେଟ  ମହାକାଶକୁ ପ୍ରେରଣ ପାଇଁ ଏହା କମ ଇନ୍ଧନ ଖର୍ଚ କରିବ ।  SSLV ପରି ଛୋଟ ରକେଟ୍ ଏହା ଦ୍ବାରା କମ୍ ଇନ୍ଧନ ଖର୍ଚ କରିବ ।  ତେଣୁ ଭାରତ ଏପରି ଏକ ସ୍ଥାନ ଖୋଜୁଥିଲା ଯେଉଁଠାରୁ ଛୋଟ ରକେଟଗୁଡିକ ସିଧା ଲାଇନରେ ଶ୍ରୀଲଙ୍କାଉପରେ ନଯାଇ ସମୁଦ୍ର ଉପରେ ଯାଇପାରିବ । ଏସବୁ ସୁବିଧା ପାଇଁ ତାମିଲନାଡୁର ସମୁଦ୍ର ନିକଟସ୍ଥ କୁଲାସେକରାପାଟ୍ଟନମ୍ ଠାରେ ଏହି ନୂଆ ସ୍ପେସପୋର୍ଟ ନିର୍ମାଣ ଚାଲିଛି । ଭାରତ ସରକାର ଛୋଟ ରକେଟ୍ ପାଇଁ ଏକ ଉପଯୁକ୍ତ ସ୍ଥାନ ଖୋଜୁଥିଲେ । ଯାହା ଦ୍ବାରା ଏଠାରୁ ଷ୍ଟାର୍ଟଅପ, ବିଦେଶୀ ତଥା ଘରୋଇ ଗ୍ରାହକ ମଧ୍ୟ ରକେଟ ଲଂଚ ପାଇଁ ବ୍ୟବହାର କରିପାରିବେ ।  ଯେଉଁମାନେ ସ୍ୱଳ୍ପ ମୂଲ୍ୟରେ ଛୋଟ ଉପଗ୍ରହ ଉତକ୍ଷେପଣ କରିବାକୁ ଚାହୁଁଛନ୍ତି ତାଙ୍କୁ ମଧ୍ୟ ଏହା ସହାୟକ ହେବ ।