ରାଜଧାନୀରେ ଦିନକୁ ଦିନ ଡେଙ୍ଗୁ ସ୍ଥିତି ଜଟିଳ: ସତର୍କ ରହିବା ଜରୁରୀ
ଭୁବନେଶ୍ବର: ରାଜଧାନୀରେ ବର୍ଷା ଆସିଲେ ଡେଙ୍ଗୁ ସ୍ଥିତି ଜଟିଳ ହେଉଛି। ବିଭିନ୍ନ ଅଂଚଳରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଇଆରସି ଭିଲେଜ, ସାଲିଆ ସାହି ଏବଂ ଓଲଡ ଟାଉନ ଚଳିତବର୍ଷର ନୂଆ ହଟସ୍ପଷ୍ଟ ପାଲଟିଛି। ଏନେଇ ବିଏମସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସାଲିଆ ସାହି, ଓଲଡ ଟାଉନ, ଆଇଆରସି ଭିଲେଜ ହଟସ୍ପଟ୍ ପାଲଟିଛି। ଉକ୍ତ ଅଞ୍ଚଳରେ ଡେଙ୍ଗୁ କିପରି ଅଧିକ ନ ବ୍ୟାପିବ ସେନେଇ ଫଗିଂ କରାଯାଉଛି।