ମହାରାଷ୍ଟ୍ର ରାଜନୀତି ସରଗରମ: ଉପମୁଖ୍ୟମନ୍ତ୍ରୀ ପଦ ସହ 9 ମନ୍ତ୍ରୀ ପଦ ମିଳିଲା ଏନସିପି ନେତାଙ୍କୁ

ମୁମ୍ବାଇ:ଏନସିପି ନେତା ଅଜିତ ପାୱାର  ନିଜ ସମର୍ଥକଙ୍କୁ ନେଇ ସିନ୍ଦେ ସରକାରରେ ସାମିଲ ହୋଇଛନ୍ତି । 9ଜଣ ଏନସିପି ନେତାଙ୍କୁ ମିଳିଛି ମନ୍ତ୍ରୀ ପଦ ।  ଅଜିତ ପାୱାରଙ୍କ ସହ ଏନସିପିର ବରିଷ୍ଠ ନେତା  ଛଗନ ଭୁଜବଳ  ସିନ୍ଦେ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।  ଦିଲ୍ଲୀପ ବଲସେ ପାଟିଲ,  ଏନସିପି ବିଧାୟକ ଧନଞ୍ଜୟ ମୁଣ୍ଡେ , କିରଣ ଓ ହସନ ମୁଶ୍ରୀଫ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି   । ସେପଟେ ଏନସିପି ମୁଖ୍ୟ ଶରଦ ପାଓ୍ବାର ଏବେ ଅଜିତ ପାଓ୍ବାରଙ୍କୁ ନେଇ କିଛି ମନ୍ତବ୍ୟ ଦେଇନାହାଁନ୍ତି ।